ଜିଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପୁ୍ୟଟରୀକରଣ ହେଲା

କେନ୍ଦ୍ରାପଡ଼ା, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପୂର୍ଣ୍ଣ କମ୍ପୁ୍ୟଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ ସମିତି ସମୁହର ଡି.ଆର.ସି.ଏସ. ମୋନିକା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ପୂର୍ଣ୍ଣ କମ୍ପୁ୍ୟଟରୀ କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ଭରତପୁର ମିନି ବ୍ୟାଙ୍କର ଗ୍ରାହକମାନଙ୍କୁ କମ୍ପୁ୍ୟଟରାଇଜଡ୍ ପାସବୁକ(ଜମାବହି )ବଂଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ରାଓ ଏହି ଅବସରରେ କହିଥିଲେ ଯେ ଭରତପୁର ପ୍ୟାକ୍ସ କେବଳ ଜିଲାରେ ନୁହେଁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ କମ୍ପୁ୍ୟଟରୀ କରଣରେ ପ୍ରଥମ ହୋଇଛି । ଏହି ପ୍ୟାକ୍ସ ତା’ର ଗ୍ରାହକ ଓ ଅଂଶିଦାରମାନଙ୍କୁ ଉତମ ସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ଆଶାବ୍ୟକ୍ତ କରିବା ସହ ଏଥିରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଥିଲେ । ଏହି ଉପଲକ୍ଷେ ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ ଦାସ, ସିସିବି କେନ୍ଦ୍ରାପଡା ଶାଖା ପରିଚାଳକ ତାପସ କୁମାର ସିଂ, ଏସଆରସିଏସ ଗୁରୁପ୍ରସାଦ ବେହେରା ଓ ବିକାଶ କୁମାର ତରାଇ ଏବଂ ନିର୍ଦେଶକ ଶ୍ରୀଧର କୁମାର ସାମଲ ପ୍ରମୁଖ ମଂଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମିତି ପାଇଁ ଏକ ଗୋଦାମ ଗୃହ ନିର୍ମାଣ, ଚାଷୀଙ୍କୁ ବୋନସ ପ୍ରଦାନ ଓ ଧାନ କ୍ୱିନ୍ଟାଲ ପିଛା ଦର ବୃଦ୍ଧି ଇତ୍ୟାଦି ଦାବି କରାଯାଇଥିଲା । ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ୟାକ୍ସର ନିର୍ଦେଶକ କିଶୋର ଜେନା, ଅଗସ୍ତୀ ସେଣ, ଶାରଦା ପ୍ରସନ୍ନ ରାଉତ, ଗୌରାଙ୍ଗ ଲେଙ୍କା, ସନ୍ତୋଷ କୁମାର ଦାସ, ସମିତିର କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ସ୍ମୃତି ପ୍ରିୟଦର୍ଶିନୀ ଦାସଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *