ଲକ୍ଷ୍ମୀପୁର ୨୮/୪/୨୪(ଓଡ଼ିଶା ସମାଚାର)- ନିର୍ବାଚନକୁ ଢେର୍ ଦିନ ବାକି ଥିବା ବେଳେ ଶାସକ ବିଜେଡି ଓ କଂଗ୍ରେସ ଦଳକୁ ବଡ ଝଟକା ଲାଗିଛି। ବିଜେଡିରୁ ଅସନ୍ତୁଷ୍ଟ ହୋଇ ବିଜେପିରେ ମିଶିଥିବା କୈଳାଶ ଚନ୍ଦ୍ର କୁଲେସିକା ଙ୍କ ସମର୍ଥକ ବଢିବାରେ ଲାଗିଛି। ଦୈନିକ ବିଜେଡ଼ି ଓ କଂଗ୍ରେସ ଦଳର ଥିବା ସମର୍ଥକ ଏବେ ବିଜେପି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। କୈଳାସଙ୍କ ଭାବମୂର୍ତ୍ତି ସମସ୍ତିଙ୍କୁ ବିଜେପି ଦଳ ଆଡ଼କୁ ଟାଣି ଆଣୁଥିବା ସମର୍ଥକ ମାନେ କହିଛନ୍ତି। ବିଜେଡ଼ି ଦଳ କୈଳାସ ଙ୍କୁ ଛାଡ଼ି ପ୍ରଭୁଙ୍କୁ ଟିକେଟ ଦେବା ଆଗକୁ ଭାରି ମହାଙ୍ଗା ପଡିପାରେ ବୋଲି ଆଲୋଚନା ଏଠି ଏବେ ଜୋର୍ ଧରିଛି। ଏନେଇ କୈଳାସଙ୍କ ଅଧ୍ୟକ୍ଷତାରେ ଆଜି ବନ୍ଧୁଗାଁ ବ୍ଲକ୍ ର ଚାରୋଟି ସ୍ଥାନରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ ସମର୍ଥକ ବିଜେପି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।ସେମାନଙ୍କ ମଧ୍ୟରେ ଜଣେ ବିଜେଡ଼ି ଦଳର ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା,କୁଟ୍ରାବେଡା
ପଞ୍ଚାୟତର ସରପଞ୍ଚ ଓ କୁମ୍ଭାରୀପୁଟ ପଞ୍ଚାୟତର ବିଜେଡି ସଭାପତି ହୃଷିକେଶ ସାହୁ ରହି ଥିବା ବେଳେ ନିଲାବାଡ଼ି ପଞ୍ଚାୟତର ଘୁମୁରା ଗ୍ରାମ ଠାରେ ୭୦,ଜୟଗୁଡା ଗ୍ରାମରେ ୭୦,କୁମ୍ବଗାଣ୍ଡା ଠାରେ ୬୦ ଜଣ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।ସାମିଲ ସମସ୍ତ ସମର୍ଥକ ମାନଙ୍କୁ ଶ୍ରୀଯୁକ୍ତ କୁଲେସିକା ଦଳୀୟ ଟୋପି ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ।ଏହି ସମୟରେ ବିଜେପି ଜିନ୍ଦାବାଦ,ନରେନ୍ଦ୍ର ମୋଦୀ ଜିନ୍ଦାବାଦ,କୈଳାସ କୁଲେସିକା ଜିନ୍ଦାବାଦ ଧ୍ୱନୀରେ ଅଞ୍ଚଳ କମ୍ପି ଉଠିଥିଲା।ଏଥିରେ ବହୁ ସଂଖ୍ୟାରେ ବ୍ଲକ୍ ବିଜେପି ଦଳର କର୍ମୀ ମାନେ ଯୋଗ ଦେଇଥିବା ବେଳେ ଅନନ୍ତ ହୁଇକା,ମନୋଜ ସାହୁ,ଅଗସ୍ତି ହଲବା,ସୁନିଲ ସାହୁ,ତପି ତେଣ୍ଟା ବାରିଆ ଓ ମକର ଧଜ ଖରା ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।
ବନ୍ଧୁଗାଁ ବ୍ଲକରେ ବିଜେପିର ମିଶ୍ରଣ ପର୍ବ
