ବ୍ରାଉନ ସୁଗାର ସହିତ ଗେଞ୍ଜଇ ଜବତ ୨ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ଅଂଚଳରେ ଚଢ଼ାଉ କରାଯାଇ ବ୍ରାଉନ ସୁଗାର ସହିତ ଗେଞ୍ଜଇ ଜବତ କରାଯିବା ସହିତ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପଟ୍ଟାମୁଣ୍ଡାଇ ଆଦର୍ଶ ଓ ମାର୍ଶାଘାଇ ଥାନା ଅଧିନସ୍ତ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଖରୀଆପଡା ଗ୍ରାମର ରାହୁଲ ବେହେରା(୨୪)ଙ୍କ ପାଖରୁ ୫୦ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ ମୋଟର ସେଇକଲ ଓ ସାନଗାଁ ଗ୍ରାମର ରବୀନ୍ଦ୍ର ନାଥ(୬୨)ଙ୍କ ପାଖରୁ ୧.୫ କିଲୋଗ୍ରାମର ଗେଞ୍ଜଇ ଜବତ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗେଞ୍ଜଇକୁ ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ା କୋର୍ଟକୁ ହସ୍ତାନ୍ତର କରାଯାଇଛି ।

ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, କଳ୍ପନା ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *