ନିସଂଗ ଜୀବନରୁ ମୁକ୍ତି ପାଇଁ ବରିଷ୍ଠ ନାଗରିକ ମିଳନ : ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଂଚ

ଭୁବନେଶ୍ୱର, ୨୮/୦୧/୨୦୨୪ (ଓଡ଼ିଶା ସମାଚାର)- ଭୀମଟାଙ୍ଗି ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଂଚର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ନିସଂଗ ଜୀବନରୁ ମୁକ୍ତି ପାଇଁ ବରିଷ୍ଠ ନାଗରିକ ମିଳନ ଓ ଭାବର ଆଦାନପ୍ରଦାନ ସ୍ୱାଗତ ଯୋଗ୍ୟ । ଏହା ଦ୍ୱାରା ଖୁସି ଓ ଶାନ୍ତି ମିଳି ପାରିବ ବୋଲି ଅତିଥିମାନେ କହିଛନ୍ତି । ଏଥିରେ ଅନୁଷ୍ଠାନର ପୃଷ୍ଟପୋଷକ ମାନସ ରଞ୍ଜନ ପଟ୍ଟନାୟକ, କର୍ପୋରେଟର ଶିବ ନାରାୟଣ ରାୟ, ସମ୍ପାଦକ ସୂର୍ଯ୍ୟନାରାୟଣ ମିଶ୍ର, ପୂର୍ବତନ ସଭାପତ ମଦନ ମୋହନ ଦାଶ, ପୂର୍ବତନ ସମ୍ପାଦକ ବାଇଧର ପାତ୍ର, ଶଙ୍କର ସାହୁ, ସନତ ମିଶ୍ର, ସୁଧାଂଶୁ ହରିଚନ୍ଦନ, ପଦ୍ମନାଭ ଷଡ଼ଙ୍ଗୀ, ମଧୁସୂଦନ ସ୍ୱାଇଁ, ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ମହାପାତ୍ର, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ । ମଂଚର ସଭାପତି ଗଣେଶ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କାମଦେବ ରଣସିଂହ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *