ପାଟକୁରା,୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଦୃତଭାବରେ ନଦୀ ଅତଡ଼ା ଧସୁଥିବା ପାଇକା ବାମ ପାଶ୍ୱର୍ ବଟିରା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ନଦୀ ପାଶ୍ୱର୍ସ୍ଥ ୭୦୦ ମିଟର ସ୍ଥାନରେ ପଥର ଛାଉଣି କରାଯିବା ପାଇଁ ଆଜି ଉଚ୍ଚ ଶିକ୍ଷା, ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭିତି ସ୍ଥାପନ କରିଛନ୍ତି । ବଟିରା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ମନ୍ତ୍ରୀ ଶ୍ରୀ ନାୟକ ପଥର ଛାଉଣି କରାଯିବା କାର୍ଯ୍ୟର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ନଦୀରେ ବନ୍ୟା ଆସିଲେ ଅଂଚଳରେ ଆତଙ୍କ ଖେଳିଯାଏ । ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇ ନଦୀ ଅତଡ଼ା ଧସୁଥିବା ସ୍ଥାନରେ ପଥର ଛାଉଣି କରାଯିବା ପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟଳଳରେ ୭୦୦ ମିଟର ପର୍ଯ୍ୟନ୍ତ ନଦୀ ପାଶ୍ୱର୍ରେ ପଥର ଛାଉଣି କରାଯିବା ଭିତି ପ୍ରସ୍ତର ସ୍ଥାନରେ ଏକ ପଥ ପ୍ରାନ୍ତ ସଭାରେ ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ଉପସ୍ଥିତ ଲୋକମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରାଣନାଥ ମୁଣ୍ଡା, କୁଳା ସେକସନ୍ ର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ୱଜିତ ଦାସ, ସହକାରୀ କନିଷ୍ଠ ଯନ୍ତ୍ରୀ ଇଂ ସାରଦା ପ୍ରସନ୍ନ ସାହୁ ପ୍ରମୁଖ ଜଳ ସମ୍ପଦ ବିଭାଗର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ବଟିରା ପଂଚାୟତର ସରପଂଚ ଶ୍ରୀମତୀ ମିନତି ଚଇନି , ସମିତି ସଭ୍ୟା ସୁନିତା ସାହୁ , ଜିଲା ପରିଷଦ ସଭ୍ୟ ପ୍ରତାପ କୁମାର ମଲିକ ପ୍ରମୁଖ ଅଂଚଳର ବହୁ ଦଳିୟ କର୍ମୀ , ସ୍ୱୟଂ ସେବକ ମହିଳାମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ ପାଇକା ନଦୀରେ ବନ୍ୟା ପାଣି ପ୍ରବାହିତ ହେଲେ ବନ୍ୟା ସ୍ରୋତ ଏବଂ ନଦୀ ପାଣିର ସ୍ରୋତରେ ବଟିରା ପ୍ରାଥମିକ ବିଦ୍ୟାଳୟ ଠାରୁ ପୂର୍ବ ଦିଗକୁ ନଦୀ ପାଶ୍ୱର୍ ସ୍ଥାନରୁ ଦୃତ ଭାବରେ ଅତଡ଼ା ଧସୁଥିଲା ।ଏହି ଅତଡ଼ା ଧସିବା ଫଳରେ ନଦୀ ପାଶ୍ୱର୍ରେ ରହୁଥିବା ପରିବାର ଗୁଡ଼ିକର ଢ଼ିଅ ଓ ଜମି ଦୃତ ଭାବରେ ନଦୀ ଗର୍ଭରେ ଲିନ ହେଉଥିବା ଜଣାଯାଇଛି ।
୭ କୋଟି ଟଙ୍କା ବ୍ୟୟ ଅଟଳଳରେ ପଥର ଛାଉଣି କରାଯିବା ପାଇଁ ଭିତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ
