ପାଟକୁରା,୨୦/୦୨/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ଥିବା ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୨୦୪୬ ଜଣ ପରୀକ୍ଷାର୍ଥି ମାନେ ପାରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ୨୩ ଜଣ ପରୀକ୍ଷାର୍ଥି ଆଜି ପ୍ରଥମ ଦିନରେ ଅନୁପସ୍ଥିତ ଥିବା ସମ୍ପର୍କରେ ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମଳୟ କୁମାର ପାଣଇ ପାଣି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ କୋରୁଆ ସରକାରୀ ହାଇସ୍କୁଲ ରେ ୨୧୩ ଜଣ ଙ୍କ ମଧ୍ୟରୁ ୨୧୨ ଜଣ ପରୀକ୍ଷା ଦେଇଛନ୍ତି, ଏହି ପରୀକ୍ଷା କେନ୍ଦ୍ରରେ ଜଣେ ଅନୁପସ୍ଥିତ ରହିଛନ୍ତି । ସେହିପରି କୁଦାନଗରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୬ ମଧ୍ୟରୁ ୧୮୦ ଜଣ ପରୀକ୍ଷା ଦେଇଛନ୍ତି, ୬ ଜଣ ଅନୁପସ୍ଥିତ ରହିଛନ୍ତି । ରାଧାରମଣ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୮ ମଧ୍ୟରୁ ୧୬୬ ପରୀକ୍ଷା ଦେଇଥିବାବେଳେ ୨ ଜଣ ଅନୁପସ୍ଥିତ ରହିଛନ୍ତି । ପାଖଡ଼ ହାଇସ୍କୁଲ କେନ୍ଦ୍ରରେ ୧୭୨ ମଧ୍ୟରୁ ୧୬୯ ପରୀକ୍ଷା ଦେଇଥିବାବେଳେ ୩ ଜଣ ଅନୁପସ୍ଥିତ ରହିଛନ୍ତି । ପେଣ୍ଠସ୍ଥିତ ଜନଶକ୍ତି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୧୪ ରୁ ୨୧୧ ପରୀକ୍ଷା ଦେଇଥିବାବେଳେ ୩ ଜଣ ଅନୁପସ୍ଥିତ ଥିଲେ । ଅନ୍ତେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୬ ରୁ ୧୭୯ ପରୀକ୍ଷା ଦେଇଥିବାବେଳେ ୭ଜଣ ଅନୁପସ୍ଥିତ,କରିଲୋପାଟଣା ହାଇସ୍କୁଲ କେନ୍ଦ୍ରରେ ୧୫୩ ଜଣ ଙ୍କ ମଧ୍ୟରୁ ୧୫୨ ଜଣ ପରୀକ୍ଷା ଦେଇଥିବାବେଳେ ଜଣେ ଅନୁପସ୍ଥିତ ରହିଛନ୍ତି । ସେହିପରି ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିଥିବା ପାଟକୁରା , କୋରୁଆ ଓ ତଳକୁସୁମା କେନ୍ଦ୍ରରେ ୯ ଜଣ ଅନୁପସ୍ଥିତ ଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି ।
Related Posts

୬୬୨ ଅଧ୍ୟାପକ ଓ କର୍ମଚାରୀଙ୍କ ସଂଘ ସ୍ୱନକ୍ଷତ୍ରରେ ବୃକ୍ଷ ରୋପଣ
ନିରାକାରପୁର, ୧/୭/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ସଂଘ ସ୍ୱନକ୍ଷତ୍ରରେ ଆଜି ସଂଘ ପରାମର୍ଶ…

ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ଓଡ଼ିଶାର ପ୍ରତ୍ୟେକ…

ଓଷ୍ଟା ର ନୂତନ କର୍ମକର୍ତ୍ତା ନିର୍ବାଚିତ
ରାଉରକେଲା, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ବିଭିନ୍ନ ଦାବି ସହ ନୂତନ କର୍ମକର୍ତ୍ତା…