ପାଟକୁରା,୨୦/୦୨/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ଥିବା ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୨୦୪୬ ଜଣ ପରୀକ୍ଷାର୍ଥି ମାନେ ପାରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ୨୩ ଜଣ ପରୀକ୍ଷାର୍ଥି ଆଜି ପ୍ରଥମ ଦିନରେ ଅନୁପସ୍ଥିତ ଥିବା ସମ୍ପର୍କରେ ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମଳୟ କୁମାର ପାଣଇ ପାଣି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ କୋରୁଆ ସରକାରୀ ହାଇସ୍କୁଲ ରେ ୨୧୩ ଜଣ ଙ୍କ ମଧ୍ୟରୁ ୨୧୨ ଜଣ ପରୀକ୍ଷା ଦେଇଛନ୍ତି, ଏହି ପରୀକ୍ଷା କେନ୍ଦ୍ରରେ ଜଣେ ଅନୁପସ୍ଥିତ ରହିଛନ୍ତି । ସେହିପରି କୁଦାନଗରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୬ ମଧ୍ୟରୁ ୧୮୦ ଜଣ ପରୀକ୍ଷା ଦେଇଛନ୍ତି, ୬ ଜଣ ଅନୁପସ୍ଥିତ ରହିଛନ୍ତି । ରାଧାରମଣ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୬୮ ମଧ୍ୟରୁ ୧୬୬ ପରୀକ୍ଷା ଦେଇଥିବାବେଳେ ୨ ଜଣ ଅନୁପସ୍ଥିତ ରହିଛନ୍ତି । ପାଖଡ଼ ହାଇସ୍କୁଲ କେନ୍ଦ୍ରରେ ୧୭୨ ମଧ୍ୟରୁ ୧୬୯ ପରୀକ୍ଷା ଦେଇଥିବାବେଳେ ୩ ଜଣ ଅନୁପସ୍ଥିତ ରହିଛନ୍ତି । ପେଣ୍ଠସ୍ଥିତ ଜନଶକ୍ତି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୧୪ ରୁ ୨୧୧ ପରୀକ୍ଷା ଦେଇଥିବାବେଳେ ୩ ଜଣ ଅନୁପସ୍ଥିତ ଥିଲେ । ଅନ୍ତେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୬ ରୁ ୧୭୯ ପରୀକ୍ଷା ଦେଇଥିବାବେଳେ ୭ଜଣ ଅନୁପସ୍ଥିତ,କରିଲୋପାଟଣା ହାଇସ୍କୁଲ କେନ୍ଦ୍ରରେ ୧୫୩ ଜଣ ଙ୍କ ମଧ୍ୟରୁ ୧୫୨ ଜଣ ପରୀକ୍ଷା ଦେଇଥିବାବେଳେ ଜଣେ ଅନୁପସ୍ଥିତ ରହିଛନ୍ତି । ସେହିପରି ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିଥିବା ପାଟକୁରା , କୋରୁଆ ଓ ତଳକୁସୁମା କେନ୍ଦ୍ରରେ ୯ ଜଣ ଅନୁପସ୍ଥିତ ଥିବା ଶ୍ରୀ ପାଣି ସୂଚନା ଦେଇଛନ୍ତି ।
Related Posts
ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’- ଧର୍ମେନ୍ଦ୍ର ପ୍ରଧାନ
• ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡ ସାର୍ଟିଫିକେଟ୍ ଗ୍ରହଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ • ‘ପରୀକ୍ଷା…
ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା
କଳା, ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ କଟ୍-ଅଫ୍ ମାର୍କ ରଖି ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ…
ଓଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ପାଳିତ
କଟକ,୨୯/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) – ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଥିବା ଓଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ…
