କେନ୍ଦ୍ରାପଡ଼ା, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାଣ୍ଡିରି ଗ୍ରାମର ଗ୍ରାମଦେବତୀ ମା’ କଳାବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ୨୪ ତମ ଭାଗବତ ପରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୭ ଦିନ ବ୍ୟାପୀ ଅନୁଷ୍ଠିତ ପାରାୟଣ ଉତ୍ସବରେ ପ୍ରତ୍ୟେହ ଭାଗବତ ପାଠ, ହୋମ, ଯଜ୍ଞ, ଆଳତୀ ଓ ପ୍ରସାଦ ସେବନ କରାଯାଇଥିଲା । ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ ନିଗମାନନ୍ଦ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆ୍ୟଧାତ୍ମିକ କାର୍ଯ୍ୟକ୍ରମରେ ପ୍ରାଣକୃଷ୍ଣ ସ୍ୱାଇଁ କର୍ତା ଭାବରେ ସଂକଳ୍ପ କରିଥିବା ବେଳେ ଭାସ୍କର ବିଶ୍ୱାଳ,ପ୍ରଫୁଲ ବିଶ୍ୱାଳ, ରାଜ କିଶୋର ବିଶ୍ୱାଳ, ବିଶ୍ୱରଞ୍ଜନ ବିଶ୍ୱାଳ, ହିମାଂଶୁ ସ୍ୱାଇଁ, ବିଷ୍ନୁପଦ ମହାନ୍ତି, ବୈଲୋଚନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଭୁ କୃପା ଲାଭ କରିଥିଲେ ।
Related Posts
ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟ ରେ ଛୋଟ ଛୋଟ ଉଠା ଦୋକାନୀ
ବାଲିଗୁଡା,୦୮/୧୦/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ । ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ…
ଯାଜପୁର ଠାରେ ଦୁଇ ଦିବସୀୟ ପୂର୍ବୋଦୟ ଷ୍ଟାର୍ଟ ଅପ ସଙ୍ଗମ କାର୍ଯ୍ୟକ୍ରମ ଉଦଯାପିତ
ଯାଜପୁର,୧୯/୦୭/୨୦୨୫ (ଓଡ଼ିଶା ସମାଚାର)-ପୂର୍ବୋଦୟ ଷ୍ଟାର୍ଟଅପ୍ ସଙ୍ଗମର ଶେଷ ଦିନ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅତ୍ୟନ୍ତ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା, ଯାହା ଅନୁର୍ଭୁକ୍ତିମୂଳକ ଏବଂ…
ବିଶ୍ବ ବରିଷ୍ଠ ନିର୍ଯ୍ୟାତନା ସଚେତନତା ଦିବସ ।
ଯାଜପୁର,୧୫/୦୬/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ଶୋଷଣ ସଚେତନତା ଦିବସ ପାଳିତ…
