ପାଣ୍ଡିରୀ ଗ୍ରାମରେ ୨୪ତମ ଭାଗବତ ସପ୍ତାହ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାଣ୍ଡିରି ଗ୍ରାମର ଗ୍ରାମଦେବତୀ ମା’ କଳାବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ୨୪ ତମ ଭାଗବତ ପରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୭ ଦିନ ବ୍ୟାପୀ ଅନୁଷ୍ଠିତ ପାରାୟଣ ଉତ୍ସବରେ ପ୍ରତ୍ୟେହ ଭାଗବତ ପାଠ, ହୋମ, ଯଜ୍ଞ, ଆଳତୀ ଓ ପ୍ରସାଦ ସେବନ କରାଯାଇଥିଲା । ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ ନିଗମାନନ୍ଦ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆ୍ୟଧାତ୍ମିକ କାର୍ଯ୍ୟକ୍ରମରେ ପ୍ରାଣକୃଷ୍ଣ ସ୍ୱାଇଁ କର୍ତା ଭାବରେ ସଂକଳ୍ପ କରିଥିବା ବେଳେ ଭାସ୍କର ବିଶ୍ୱାଳ,ପ୍ରଫୁଲ ବିଶ୍ୱାଳ, ରାଜ କିଶୋର ବିଶ୍ୱାଳ, ବିଶ୍ୱରଞ୍ଜନ ବିଶ୍ୱାଳ, ହିମାଂଶୁ ସ୍ୱାଇଁ, ବିଷ୍ନୁପଦ ମହାନ୍ତି, ବୈଲୋଚନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଭୁ କୃପା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *