କଟକ, ୨୨/୦୬/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲା ସ୍ତରୀୟ ସମୀକ୍ଷା ସମିତି (ଡିଏଲଆରସି) ଓ ପରାମର୍ଶଦାତା ସମିତି (ଡିସିସି) ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଲୋକସେବା ସାଂସଦ ଭର୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ – ୨୦୨୫ ଅବଧି ପାଇଁ କରାଯାଇଥିବା ବାର୍ଷିକ କ୍ରେଡ଼ିଟ ପ୍ଲାନର ଲକ୍ଷ୍ୟ, ବଂଟନ ଓ ଅନୁଷ୍ଠାନ ଉପରେ ଆଲୋଚନା କରି ସାଂସଦ ଶ୍ରୀ ମହତାବ କ୍ରେଡ଼ିଟ ଡିପୋଜିଟ୍ ଅନୁପାତ, ଶାସନ ପ୍ରୋତ୍ସାହିତ ଋଣ ଦେୟମୁକ୍ତି ଏବଂ ବ୍ଲକସ୍ତରୀୟ ଟ୍ୟାଙ୍କ ବୈଠକ (ବିଏଲବିସି) ଉପରେ ଆଲୋଚନା ପୂର୍ବକ ସମୀକ୍ଷା କରିଥିଲେ । ପଦକ୍ଷେପ ସ୍ୱରୂପ ସେ ଆଗାମୀ ମାର୍ଚ୍ଚ -୨୦୨୬ ବର୍ଷ ପାଇଁ କ୍ରେଡ଼ିଟ୍ ପ୍ଲାନ ମଧ୍ୟ ଉଦ୍ଘାଟନ କରିଥିଲେ । କଟକ ସଦର ବିଧାୟକ ପ୍ରକାଶ ସେଠୀ ଏହି ବୈଠକରେ ଯୋଗଦେଇଥିଲେ ।
ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଏହି ବୈଠକରେ ଉପସ୍ଥିତ ରହି ମୁଦ୍ରା ଋଣ ମାଧ୍ୟମରେ ନୂତନ ଉଦ୍ୟୋଗୀମାନେ ସମଗ୍ର କଟକ ଜିଲାରେ କିପରି ଉନ୍ନତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନା ପୂର୍ବକ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନା (ଏମକେୟୁଆଇ), ଏସଏଚଜି ବ୍ୟାଙ୍କ ଲିେଙ୍କଜ, ପ୍ରଧାନମନ୍ତ୍ରୀ ରୋଜଗାରକ୍ଷମ କାର୍ଯ୍ୟକ୍ରମ (ପିଏମଇଜିି), ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଆଦି ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ମୁଦ୍ରା ଋଣର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଲିଡ଼ ଜିଲା ପ୍ରବନ୍ଧକ ରମଣୀ ରଞ୍ଜନ ମଲ୍ଲିକ ସଂଯୋଜନା କରିବା ସହ ଚଳିତ ଆର୍ଥିକ ବର୍ଷରେ କଟକ ଜିଲା ବାର୍ଷିକ କ୍ରେଡ଼ିଟ ପାରାମିଟରର୍ସରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ସମ୍ପର୍କରେ ଅବଗତ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓରମାସ ଯୁଗ୍ମ କାର୍ଯ୍ୟନିର୍ବାହୀ ବିିପିନ ରାଉତ, ୟୁକୋ ବ୍ୟାଙ୍କ ଜୋନାଲ ପ୍ରବନ୍ଧକ ବର୍ଷା ଓ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଆଂଚଳିକ ପ୍ରବନ୍ଧକ ସୁଚିସ୍ମିତା ତି୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
