କେନ୍ଦ୍ରାପଡା ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ଗରାପୁସ୍ଥିତ ଦିବ୍ୟଜୀବନ ସଂଘ ପରିସରରେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଜିଲା ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଡିସେମ୍ବର ମାସ ୨୪ ଓ ୨୫ ତାରିଖ ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡା ଜିଲା ପାଲା ଗାୟକ ପରିଷଦର ୨୬ତମ ବାର୍ଷିକୀ ସମ୍ମିଳନୀ ଗରାପୁର ଶିବାନନ୍ଦ ଆଶ୍ରମରେ  ଅନୁଷ୍ଠିତ ହେବ । ଏଥିରେ ଜିଲାର ସମସ୍ତ ଗାୟିକା ଓ ଗାୟକମାନେ ଯୋଗ ଦେବା ସହିତ ବରିଷ୍ଠ ଦକ୍ଷ ଯୋଗ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିର୍ର୍ତ କରାଯିବ ଏବଂ ବିଦଗ୍ଧ ଲୋକକଳା ପାଲାର ଉନ୍ନତି ଓ ପାଲା ପ୍ରତି ଶ୍ରୋତା ଏବଂ ଦର୍ଶକଙ୍କ ମନୋଭାବ ଉପରେ ଓଡିଶାର ବିଶିଷ୍ଟ କବି, ଲେଖକ ଓ ସାହିତି୍ୟକମାନେ ଆଲୋଚନା କରିବେ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଇ ଦଳ ଲେଖାଏ ପାଲା ଗାୟକ ଓ ଗାୟିକା ପାଲା ପରିବେଷଣ କରିବେ । ଏହି ପ୍ରସ୍ତୁତି ଗାୟକ ସୂର୍ଯ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପର୍ଶୁରାମ ପଣ୍ଡା, ଜିଲା ପାଲାଗାୟକ ପରିଷଦର ସଭାପତି ଆକାଶବାଣୀ ଦୂରଦର୍ଶନ ସ୍ୱିକୃତୀପ୍ରାପ୍ତ ଗାୟକ ପ୍ରକୃତି ବନ୍ଧୁ ଗଗନ ବିହାରୀ ସିଂହ, ସମ୍ପାଦକ ଗାୟକ ସୁଧାକଣ୍ଠ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ସହିତ ଗାୟକ ସୁରେନ୍ଦ୍ର ଶତପଥୀ, କ୍ଷୀରୋଦ କୁମାର ନାଥ, ଗୋଲକ ଚନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଶଦାଶିବ ପଣ୍ଡିତ୍ରା, ନିରଞ୍ଜନ ନାୟକ, ନିରଞ୍ଜନ ପାତ୍ର, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଗୁଣନିଧି ବେହେରାଙ୍କ ସମେତ ଜିଲାର ଶିକ୍ଷୟତ୍ରୀ ଗାୟିକାମାନେ ଯୋଗ ଦେଇଥିଲେ । ୨୬ତମ ପାଲା ସମ୍ମିଳନୀରେ ଜିଲାର ସମସ୍ତ ପାଲା ପ୍ରେମୀ, ଗାୟକ, ଗାୟିକା, ବାୟକ ଓ ପାଳିଆମାନେ ଯୋଗଦେଇ ସହ ଯୋଗ କରିବାକୁ ସଭାପତି ଏବଂ ସମ୍ପାଦକ ନିବେଦନ କରିଛନ୍ତି । ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *