ଓଡ଼ିଶା ଦର୍ଶନ ଓ ଯୁବବିନିମୟ କାର୍ଯ୍ୟକ୍ରମ

ଓଡ଼ିଶା ଦର୍ଶନ ଓ ଯୁବବିନିମୟ କାର୍ଯ୍ୟକ୍ରମରେ ଯାତ୍ରା ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ।

ଭୁବନେଶ୍ୱର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରାମର୍ଶକ୍ରମେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାତୀୟ ସେବା ଯୋଜନା ଶାଖା (ଏନଏସଏସ ସେଲ୍‌)ର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଓଡ଼ିଶା ଦର୍ଶନ ଓ ଯୁବବିନିମୟ କାର୍ଯ୍ୟକ୍ରମ ଯୋଗେ ଓଡ଼ିଶାର ବିଭିନ୍ନ ସ୍ଥାନ ଦର୍ଶନ ଅଭିମୁଖେ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଏଥି ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ଚାନ୍ଦିପୁର, ମା ତାରିଣୀ ମନ୍ଦିର, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, କୋଣାର୍କ, ବାରବାଟୀ ଦୁର୍ଗ, ରନିଗିରି, ଲଳିତଗିରି, ଯୋରନ୍ଦା ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିବେ । ସେଥିଲାଗି ସେମାନଙ୍କୁ ଚାରୋଟି ଭିନ୍ନ ଭିନ୍ନ ଦଳରେ ଭାଗ କରାଯାଇଛି । ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପି ଜାରି ରହିବ । ଏବଂ ଏଥି ନିମନ୍ତେ ୬ଟି ବସ୍‌ର ଆୟୋଜନ କରାଯାଇଛି ।

        ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ଶ୍ରୀ ରମାକାନ୍ତ ନାୟକ କହିଲେ ଯେ, ଏନଏସଏସର ଓଡ଼ିଶା ଦର୍ଶନ ଓ ଯୁବବିନିମୟ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ । ସେ୍ୱଚ୍ଛାସେବୀମାନେ ପ୍ରାୟତଃ ଅଧିକାଂଶ ସମୟ ସେବାରେ ଦିଅନ୍ତି କି;ୁ ଏଥର ସେମାନେ କିଛି ସମୟ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ପୂର୍ବକ ଭାବ ଆଦାନପ୍ରଦାନ ସହ ଅଧିକ ଜ୍ଞାନ ଆହରଣ କରିବେ । ଛାତ୍ରଛାତ୍ରୀଙ୍କ ତତ୍ତ୍ୱାବଧାନ ନିମନ୍ତେ ଦୁଇଜଣ ଲେଖାଏଁ ଅଫିସର ଗାଇଡ ଭାବେ ସାଙ୍ଗରେ ଯାଉଛନ୍ତି ।

ଓଡ଼ିଶା ଦର୍ଶନ ଓ ଯୁବବିନିମୟ କାର୍ଯ୍ୟକ୍ରମରେ ଯାତ୍ରା ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଛନ୍ତି

        ଓଡ଼ିଶାର ଭୌଗୋଳିକ, ସାଂସ୍କୃତିକ, ସାମାଜିକ ଚଳଣିିଗତ ବିବିଧତା ଅନୁଭବପୂର୍ବକ ଏନଏସଏସ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସେ୍ୱଚ୍ଛାସେବୀମାନେ ଭାବବିନିମୟ କରି ଅଧିକ ଜ୍ଞାନ ଆହରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏବଂ ଯାତ୍ରାର ସମସ୍ତ ଖର୍ଚ୍ଚ ସରକାର ଓ ଉଚ୍ଚଶିକ୍ଷା ବିଭାଗ ବହନ କରିଛନ୍ତି ବୋଲି ଶ୍ରୀ ଅଗ୍ରୱାଲ ନିଜ ବାର୍ତ୍ତାରେ ଜଣାଇଛନ୍ତି ।

        ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରମାକାନ୍ତ ନାୟକ, ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ପୂର୍ବତନ ରାଜ୍ୟ ଏନଏସଏସ ଅଫିସର ସୁରେଖା ସୁନ୍ଦରୀ ସ୍ୱାଇଁ, ରାଜ୍ୟ ଏନଏସଏସ ଅଫିସର ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ରମାକାନ୍ତ ନାୟକ ନଡ଼ିଆ ଭାଙ୍ଗି ଓ ପତାକା ଦେଖାଇ ଯାତ୍ରା ଅନୁକୂଳ କରିଥିଲେ ।

                                                                     -0-

Leave a Reply

Your email address will not be published. Required fields are marked *