ହିନ୍ଦୋଳ ୧୭/୦୨/୨୦୨୪ (ଓଡ଼ିଶା ସମାଚାର)-ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ଏକତ୍ରିଂଶତମ୍ ବାର୍ଷିକ ଉତ୍ସବ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ମୂଖ୍ୟ ବକ୍ତା ଭାବେ ନାଲକୋନଗର ସରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ଧର, ସମ୍ମାନୀୟ ଅତିଥି ଭାବେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସନ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଦ୍ୟାଳୟର କିପରି ଉନ୍ନତିକରଣ କରାଯାଇପାରିବ ତାହା ଉପରେ ଆଲୋକପାତ କରଯାଇଥିଲା। ସମାଜର ମୁଖ୍ୟ ସ୍ରୋତରେ କୁନିକୁନି ପିଲାମାନଙ୍କୁ ସାମିଲ କରି ଉର୍ନତି ପଥରେ ଆଗେଇ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ନିଜ ବହୁମୂଲ୍ୟ ଅଭିଭାଷଣରେ କହିବା ସହ ବିଦ୍ୟାଳୟର ଉର୍ନତି ନିମନ୍ତେ ଗୁରୁତ୍ୱ ଦେଇଥିଲେ ବିଧାୟିକା ।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡର ପ୍ରାୟ ୨୦୦ଶହରୁ ଉର୍ଦ୍ଧ୍ବ ଲୋକଙ୍କ ସମେତ ସମସ୍ତ ଅବିଭାବକ ଉପସ୍ଥିତ ଥିଲେ।ଆଜିର କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କର ପରିଚାଳନା କରିଥିବାବେଳେ ବିଦ୍ୟାଳୟ ପରିଚାଳନା ସଭାପତି ଅଭିରାମ ବେହେରା, ସମ୍ପାଦକ ସଂଜୟ ପଟ୍ଟନାୟକ, ଉପଦେଷ୍ଟା କ୍ଷିତୀଶ ସର ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ, କୁନି କୁନି ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ।
ହିନ୍ଦୋଳ ସରସ୍ବତୀ ଶିଶୁମନ୍ଦିରର ୩୧ ତମ ବାର୍ଷିକ ଉତ୍ସବ ପାଳିତ
![](https://eodishasamachar.com/wp-content/uploads/2024/02/H.jpeg)