ଦିନରେ ଜଳୁଛି, ରାତିରେ ଲିଭୂଛି ଷ୍ଟ୍ରୀଟଲାଇଟ

 ନିରାକାରପୁର, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)-  ଦିନରେ ଜଳୁଛି,ରାତିରେ ଲିଭୂଛି ଷ୍ଟ୍ରୀଟଲାଇଟ। ସରକାରଙ୍କ ଆଲୋକୀକରଣ ଯୋଜନାରେ ଖୋର୍ଦ୍ଧାଜିଲା ଛତ୍ରପଡ଼ା ଏକଡାଳିଆସାହିରେ ନୀଭ ନାମକ ସଂସ୍ଥା ତରଫରୁ ପ୍ରତ୍ୟେକ ବିଦ୍ୟୁତଖୁଣ୍ଟରେ ଷ୍ଟ୍ରୀଟଲାଇଟ ଲଗାଯାଇଛି। ଏହା ପ୍ରତ୍ୟେହ ସଂଧ୍ୟା୬ଟାରୁ ସକାଳ୬ଟା ପର୍ଯ୍ୟନ୍ତ ଜଳି ସମଗ୍ର ସାହିକୁ ଉଜ୍ଜଳ ଆଲୋକିତ କରୁଛି। ହେଲେ ଏବେ ଗତ୮ତାରିଖଠାରୁ ଏହା ଦ୍ବିନ ଦ୍ବିପ୍ରହରରେ ଜଳୁଥିବାବେଳେ ରାତିସାରା ବନ୍ଦ ରହୁଥିବାରୁ. ସମଗ୍ର ସାହି ଅନ୍ଧାରରେ ରହୁଅଛି।ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାହିବାସୀଙ୍କ ତରଫରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *