କରଦା ହରିହାଟ ମେଳା ଆରମ୍ଭ , ୨୪ ଫେବୃୟାରୀ ଯାଏଁ ଚାଲିବ ମେଳା ।

ଯାଜପୁର ,୧୭/୦୨/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର ) :  କୋରେଇ  ବ୍ଲକ୍ ଅନ୍ତର୍ଗତ କରଦା ପଞ୍ଚାୟତର କରଦାଠାରେ ପାର୍ଟି ବର୍ଷ ପରି ଚଳିତ ବର୍ଷ  ହରିହାଟ ମେଳା ଓ ଯଜ୍ଞ ଆରମ୍ଭ ହୋଇଛି।  କରଦା ମଠ ପୋଖରୀରେ ସ୍ନାନ କରି ଠାକୁର ଙ୍କ  ଦର୍ଶନ କଲେ ଚନ୍ଦ୍ରଭାଗା ଦର୍ଶନର  ପୁଣ୍ୟ ମିଳିଥାଏ ବୋଲି କୁହାଯାଏ । ଶ୍ରଦ୍ଧାଳୁମାନେ ହରିହାଟ ମେଳା ପରିସରରେ ଥିବା ଦଧିବାମନଜିଉ, ଶ୍ରୀ ଗୌରାଙ୍ଗ, ରୁଦ୍ରନାରାୟଣ, ମହାବୀର, ଶ୍ରୀ ଶନିଶ୍ଚରଙ୍କ ଦର୍ଶନ କରିଥାନ୍ତି ।  ମେଳା ସହ ଏଠାରେ ୧୦ଦିନିଆ ମହୋତ୍ସବ ମଧ୍ୟ ପାଳନ ହୋଇଥାଏ । ମଠାଧୀଶ ବାବାଜି କୃଷ୍ଣଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯଜ୍ଞ, ନାମଯଜ୍ଞ ଓ ପ୍ରସାଦ କାର୍ଯ୍ୟ ହୋଇଥାଏ । ଆସନ୍ତା ୧୮ତାରିଖରେ ମହୋତ୍ସବ  ଉଦ୍ଘାଟନ ହେବ ବୋଲି ସୂଚନା ମିଳିଚ୍ଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ , ଯାଜପୁର ଏମ୍ ପି ଙ୍କ ସମେତ ବହୁ ଅତିଥି ଯୋଗ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପାଣିକୋଇଲି ପୋଲିସ ଓ କୋରେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି ।

Leave a Reply

Your email address will not be published. Required fields are marked *