ଗାଡି ଡ଼ିକି ଭାଙ୍ଗି ଭତ୍ତା ଟଙ୍କା ୪ ଲକ୍ଷ ୭୦ ହଜାର ଲୁଟିନେଲେ ଦୁର୍ବୃତ

ସାଲେପୁର,୧୮/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ଥାନା, ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରୁ ସରପଞ୍ଚ ଗୋପବନ୍ଧୁ ସେଠୀଙ୍କର ଗାଡି ଡିକି ଭାଙ୍ଗି ୪ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ । ବୃଦ୍ଧବୃଦ୍ଧାଙ୍କର ଭତ୍ତା ଟଙ୍କା ଦେବାପାଇଁ ସରପଞ୍ଚ ବ୍ୟାଙ୍କରୁ ଟଙ୍କା ନେଇ ଆସିଥିଲେ ।

ତେବେ ଅଫିସ ବାହାରେ ଗାଡି ରଖିଦେଇ ଭିତରକୁ ପାଣି ପିଇବା ପାଇଁ ଯିବା ମଧ୍ୟରେ ହଠାତ ୩ ଜଣ ଦୁର୍ବୃତ ମୁହଁରେ ହେଲେମେଣ୍ଟ ଦେଇ ପଲସର ରେ ଆସିଥିଲେ । ଦୁଇଜଣ ପଂଚୟତ କାର୍ୟ୍ୟାଳୟ ବାହାରେ ରହିଥିବା ତାଙ୍କ ସ୍କୁଟି ଡିକିଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିବା ସରପଞ୍ଚ କହିଛନ୍ତି। ଏ ସମସ୍ତ ଚିତ୍ର ସେଠାରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି । ଏନେଇ ସାଲେପୁର ଥାନାରେ ଏତଲା ଦେଇଛନ୍ତି ସରପଞ୍ଚ । ପୋଲିସ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *