ଗରଦପୁର ବ୍ଲକ ରେ ଗଡିଲା ଲକ୍ଷ୍ମୀ ବସ୍

ଗରଦପୁର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ଜିଲା ପରିଦର୍ଶନ ସମୟରେ ଗ୍ରାମାଂଚଳରେ ମା ମାନେ କିଭଳ ଅଧିକରୁ ଅଧିକ ସଂଚୟ କରି ସଶକ୍ତ ହେବେ, ଗ୍ରାମାଂଚଳର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ବିନା ଦ୍ୱିଧାରେ ସହଜ ପରିବହନ ମାଧ୍ୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳକୁ ଯାଇପାରିବେ, ଚାଷୀ, କୃଷକ ତାଙ୍କର ବିପଣନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲାଭବାନ ହେବେ ସେଥିପାଇଁ ଗ୍ରାମ ପଂଚାୟତ ସ୍ତରରୁ ବ୍ଳକ ମୁଖ୍ୟାଳୟ, ଜିଲା ମୁଖ୍ୟାଳୟ, ରାଜଧାନୀ ଓ ଶ୍ରୀ ଜଗନ୍ନାଥ ଧାମ, ପୁରୀକୁ ସରଳ ଓ ସହଜ ଯୋଗାଯୋଗ କରିବା ନିମନ୍ତେ ଲକ୍ଷ୍ମୀ ବସ୍ ଯୋଜନାର ଆବିଷ୍କାର କରିଥିଲେ । ଏହି ଯୋଜନାରେ ସମାଜର ମା ମାନଙ୍କ ପାଇଁ ୫ ଟଙ୍କା ଟିକଟ ଦାମ୍ ରେ ଯାତାୟତ ଏବଂ ସର୍ବୋପରି ଗ୍ରାମୀଣ ଜୀବନଧାରାକୁ ସମୃଦ୍ଧ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତକାଲି ଶୁକ୍ରବାର ଦିନ କେନ୍ଦ୍ରାପଡା ସମେତ ୬ ଗୋଟି ଜିଲାରେ ୧୩୬୩ ଗ୍ରାମ ପଂଚାୟତକୁ ଲକ୍ଷ୍ମୀ ବସ୍ ଯୋଜନାରେ ୧୯୮ ଗୋଟି ବସ୍ ଲୋକାର୍ପଣ କରିଥିଲେ । ଏହାଦ୍ୱାରା ୬ ଗୋଟି ଜିଲାର ପ୍ରାୟ ୭୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ବ୍ୟାପକ ଉନ୍ନତିର ପରିବର୍ତନ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ।
ଏହି କ୍ରମରେ ଆଜି ଶନିବାର ଦିନ ଗରଦପୁର ବ୍ଲକ ରେ ଗଡିଲା ଲକ୍ଷ୍ମୀ ବସ୍। ଗରଦପୁର ବ୍ଲକର ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ପଳସୁଧା ମେହେରବାନ, ପାଟକୁରା ର ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର ମହାନ୍ତି ଓ ଗରଦପୁର ତହସିଲଦାର ତୃପ୍ତି ମହାନ୍ତି ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କରିଥିଲେ। ପରେ ପରେ ବସ୍ ରେ ବସି ଟିକେଟ କରି ବସ୍ ରେ ଯାତ୍ରା କରିଥିଲେ।

Leave a Reply

Your email address will not be published. Required fields are marked *