ନଡ଼ିଆ ବରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ

ଗରଦପୁର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆ ବରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଗତ ୧୬ ତାରିଖ ଶୁକ୍ରବାର ପବିତ୍ର ମାଘସପ୍ତମୀ ଦିନ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହାର ପ୍ରତିଷ୍ଠା ଦିବସ ମହାସମରୋହରେ ପାଳନ କରିଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମୀକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ , ବିଶିଷ୍ଟ ସମାଜସେବୀ ସୁଲେଖକ ଶ୍ରୀଭୁବନ ମୋହନ ଜେନା ଶିକ୍ଷକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ କେବଳ ଆବଶ୍ୟକୀୟ ପ୍ରଚଳିତ ପୁସ୍ତକଗତ ଶିକ୍ଷାଦାନ ନୁହେଁ , ପ୍ରାଥମିକ ଶିକ୍ଷା ଦାନ ମାଧ୍ୟମରେ ଭବିଷ୍ୟତ ଶୃଙ୍ଖଳିତ ଜୀବନ ଯାପନପାଇଁ ସୂନାଗରିକ ଭାବେ ଗଢିତୋଳିବା ଦାୟିତ୍ୱ ସୂଚାରୁରୂପେ ସମ୍ପାଦନା କରିବା  ଉଚିତ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ମହାବିଦ୍ୟାଳୟ ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ସର୍ବଶ୍ରୀ ସୀତାକାନ୍ତ ମହାନ୍ତି , ଚିତ୍ତରଞ୍ଜନ ପରିଜା, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଭାବଗ୍ରାହୀ ପ୍ରଧାନ , ସମାଜସେବୀ ଅମୀୟ ପରିଜା , ପ୍ରାଣକୃଷ୍ଣ ପରିଜା ,ଅଶୋକ ମହାପାତ୍ର ପ୍ରମୁଖ ସ୍ଵସ୍ଵ ବ୍ୟକ୍ତବ୍ୟରଖି ଭବିଷ୍ୟତ ଜୀବନ ପାଇଁ ଆଧୁନିକ ପ୍ରତିଯୋଗିତା ମୂଳକ ଶିକ୍ଷାଗ୍ରହଣପ୍ରତି ଛାତ୍ରଛାତ୍ରୀମାନେ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା କୂତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ, ସିଲ୍ଡ ଓ ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ର , ବିପିନବିହାରୀ ମଲ୍ଲିକ, ଅରୁଣ ଦାସ , ଶୁକ୍ରଦୀପ ସାହୁ ,ଶୁଭ ଲକ୍ଷ୍ମୀ ସାସଲ, ରେଶ୍ମୀନ ପାଢୀ, ଲକ୍ଷ୍ମୀପ୍ରିୟା ସାହୁ, ବିନୋଦିନୀ ମହାନ୍ତି ପ୍ରମୁଖ ସଭା ପରିଚାଳନା ରେ ସହାୟତା କରିଥିଲେ ।

ଛାତ୍ରୀମାନଙ୍କ ନୃତ୍ୟ ବେଶ୍ ଆକର୍ଷକ ଥିଲା ।

Leave a Reply

Your email address will not be published. Required fields are marked *