ଭୁବନେଶ୍ୱର,୧୫/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ବାଲିଅନ୍ତାର ଶିବଶକ୍ତିନଗରରେ ୭୯ତମ ସ୍ୱାଧୀନତା ଦିବସ ଶତାଧିକ ଅନ୍ତେବାସୀଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଛି ।

ଶିବଶକ୍ତିନଗର ୱେଲଫେଆର ଆସୋସିଏସନ ତରଫରୁ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ କୁମାର ସଢଙ୍ଗୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ ବାଲିଅନ୍ତା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ ଆପଟ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପ୍ରିୟନାଥ ଦାସ ଜାତୀୟ ସଂଗୀତ ଗାନ କରିଥିଲେ ।
ଶ୍ରୀଯୁକ୍ତ ମେଘନାଦ ସାହୁ, ଅଧ୍ୟାପକ ରମାକାନ୍ତ ପାଣି ଓ ଶ୍ରୀଯୁକ୍ତ ସୁଯୋଗ୍ୟ କୁମାର ସାହୁ ଭାରତ ମାତାର ଅମର ସହିଦମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତା ସର୍ବଶ୍ରୀ ବେଣୁଧର ମିଶ୍ର, ନିରଞ୍ଜନ ପାଣିଗ୍ରାହୀ, ବିଜୟ କୁମାର ଦାସ, ଅନଦା ପ୍ରସାଦ ମଲ୍ଲ, ରବୀନ୍ଦ୍ର ନାୟକ, ଶିଶିର ଜେନା, ଅମୁଲ୍ୟ ପରିଡା, ନିର୍ମଳ ପଣ୍ଡା, ମଳୟଶ୍ରୀ ରାୟ, ସଂଜୀବ ଦାସ, ଲକ୍ଷ୍ମଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଉପସ୍ଥିତ ସମସ୍ତଙ୍କୁ ମିଠା ବଣ୍ଟନ କରାଯାଇଥିଲା । ସର୍ବ ଶେଷରେ ଅଧ୍ୟାପକ ରମାକାନ୍ତ ପାଣି ସ୍ୱାଧୀନତା ଦିବସ ପାଳନରେ ସମସ୍ତଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣକରି ସଭା କାର୍ୟ୍ୟ ସାଙ୍ଗ କରିଥିଲେ ।
