ସଂଗୀତ ଓ ନାଟକ ଏକାଡେ଼ମୀର ନୂତନ ସଦସ୍ୟଙ୍କୁ ଅଭିନନ୍ଦନ

ଭୁବନ, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ର ସାଧାରଣ ପରିଷଦକୁ ପୁର୍ନଗଠିତ କରାଯାଇଛି। ୩୦ ଜିଲ୍ଲାରୁ ୩୦ ଜଣ ନୃତ୍ୟ ଓ ସଙ୍ଗୀତ ଗୁରୁ ଏହି ସାଧାରଣ ପରିଷଦରେ ସଦସ୍ୟ ଅଛନ୍ତି। ଢେଙ୍କାନାଳ ଜିଲ୍ଲା ର ସଦସ୍ୟ ଭାବରେ ପ୍ରଖ୍ୟାତ ନୃତ୍ୟ ଓ ସଙ୍ଗୀତ ଗୁରୁ ଯାମିନୀ ରଞ୍ଜନ ଦାଶ ମନୋନୀତ ହୋଇଛନ୍ତି। ଯାମିନୀଙ୍କର ଘର ଭୁବନ ଅଞ୍ଚଳରେ ହୋଇଥିବାରୁ ଆନନ୍ଦର ଲ‌ହରୀ ଖେଳିଯାଇଛି। ବୁଦ୍ଧେଶ୍ବର ସାହିତ୍ୟ ପରିଷଦ ପକ୍ଷରୁ ଅଧ୍ୟାପକ ବାସୁଦେବ ସାହୁ, ପ୍ରେମାନନ୍ଦ ପାଣିଗ୍ରାହୀ, ଅନୀତା ବର୍ଦ୍ଧନ,ଦେବ ରଞ୍ଜନ ସାହୁ, ଭବାନୀ ପାତ୍ର, ବସନ୍ତ ଦାସ,ଦିପ୍ତୀ ରଞ୍ଜନ ପାଲ,ସୋନମ୍ ଶେଷାଦ୍ରୀ, ସୂର୍ଯ୍ୟକାନ୍ତ ବେହେରା,ବିପୀନ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *