ମା’ତାରିଣୀ ଏଫସି ଫାଇନାଲରେ

ନିମାପଡ଼ା, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)- ୯ମ ପଦ୍ମଚରଣ ସାମନ୍ତ ସିଂହାର ସ୍ମାରକୀ ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ମା’ ତାରେଣୀ ଏଫସି କେଉଁଝର ଏବଂ ଭଞ୍ଜନଗର ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମାର୍ଦ୍ଧ ଏବଂ ଦ୍ଵିତୀୟାର୍ଦ୍ଧ ଖେଳରେ ଉଭୟ ଦଳ କେହିକାହାରିକୁ ଗୋଲ ଦେଇନପାରିବାରୁ ଅମୀମାଂଶିତ ରହିଥିଲା l ଶେଷରେ ଟାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା l ମା’ତାରେଣୀ ଏଫସି  ୪ – ୩ ଗୋଲରେ ଭଞ୍ଜନଗର ଏଫସିକୁ ହରାଇ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି l  ମା’ତାରେଣୀ ଏଫସିର  ଖେଳାଳି ଗୋଲକିପର ଯୋସେଫ ମାରାଣ୍ଡି ଶ୍ରେଷ୍ଠ ଖେଳାଳି ଭାବେ ଆସୋସିଏସନର  ଉପସଭାପତି ଦୋଳଗୋବିନ୍ଦ ସେଠୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଆଜି ଅତିଥି ଭାବେ ନିମାପଡ଼ା ଜଳସେଚନ ଖଣ୍ଡ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇ, ନିମାପଡା ଗ୍ରାମ୍ୟଉନ୍ନୟନ ଖଣ୍ଡ ଅଧିକ୍ଷଣଯନ୍ତ୍ରୀ ସତ୍ୟଜିତି ଦଳେଇ, ନିମାପଡ଼ା ଥାନା ପୂର୍ବତନ ଆଇଆଇସି ଶଙ୍କର୍ଷଣ ଦଳେଇ ଏବଂ ଡିଏଭି ସ୍କୁଲ ପ୍ରିନସିପାଲ ଏମ ଏମ ହକ ଯୋଗଦେଇଥିଲେ l ସୁଦିପ ଦାଶ ମ୍ୟାଚ ପରିଚାଳନା କରିଥିବା ବେଳେ ସୁଦୀପ୍ତ ଟୁଟୁ ବାହିନୀପତି, ରାଜେନ୍ଦ୍ର ବାରିକ ଓ ସମର ବରାଳ ସହଯୋଗ କରିଥିଲେ l ଆଥେଲେଟିକ ଆସୋସିଏସନ  ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ  ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ବିଶ୍ୱଜିତି ମଲ୍ଲିକ, ପ୍ରକାଶ ବରାଳ, ଜିତେଶ କାନୁନଗୋ, ଜ୍ୟୋତିରଞ୍ଜନ ସାହୁ, ଅକ୍ଷୟ ପାତ୍ର, ଅଜୟ କୁମାର ପାଣି, ସତ୍ୟଜିତି ଆଚାର୍ଯ୍ୟ ଏବଂ କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଆସନ୍ତା ରବିବାର ୧୮/୨ ରିଖ ଦ୍ୱିତୀୟ ଫାଇନାଲ ମ୍ୟାଚ ମା’ ତାରିଣୀ ଏଫସି କେଉଁଝର ଏବଂ ଗଣ୍ଡରପୁର ଏଫସି ଭୁବନେଶ୍ୱର ଏଫସି ମଧ୍ୟରେ ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *