୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

ଓଡ଼ିଶୀ, ଗୋଟିପୁଅ ନୃତ୍ୟରେ ଦୁଲୁକିଲା ମଂଚ

କୋଣାର୍କ୨୦/୦୨/୨୦୨୫(ଓଡ଼ିଶା ସମାଚାର)-  ଫେବୃଆରୀ ୧୯ ବୁଧବାର ସନ୍ଧ୍ୟାରେ ସ୍ୱର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟମଣ୍ଡପରେ ଆୟୋଜିତ ହୋଇଛି ୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ନୃତ୍ୟ ଗୁରୁ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ନାଟ୍ୟମଣ୍ଡପରେ ପ୍ରତିବର୍ଷ ଫେବୃଆରୀରେ ୩ ଦିନ ଧରି ଏହି ଉତ୍ସବ ପାଳନ ହୋଇଆସୁଥିଲା ବେଳେ ଚଳିତବର୍ଷ କେତେକ ଅସୁବିଧା କାରଣକୁ ନେଇ ଗୋଟିଏ ଦିନ ପାଇଁ ଏହି ଉତ୍ସବ ଆୟୋଜିତ ହୋଇଛି ।

ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ବିଭୁ୍ରସାଦ ତରାଇ, ସମ୍ମାନିତ ଅତିଥିଭାବେ ଡକ୍ଟର ପ୍ରସନ୍ନ ପାଟଶାଣୀ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଗୁରୁ ରମଣୀ ରଞ୍ଜନ ଜେନା, ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପତ୍ନୀ ସୁଲଚନା ପ୍ରଧାନ, ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ପ୍ରଥମେ ବାବା ବାଲୁେଙ୍କଶ୍ୱର ଘଂଟ ମର୍ଦ୍ଧଳ ଗ୍ରୁପ୍ “ଡିମିରିଶେଣା’ କଳାକାରମାନଙ୍କ ଦ୍ୱାରା ଘଂଟ ଓ ମର୍ଦ୍ଧଳ ରେ ତାଳରେ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । କୋଣାର୍କ ନାଟ୍ୟ ମଣ୍ଡପ ଏବଂ ନୃତ୍ୟ ଗୁରୁ ବିଷ୍ଣୁ ସାସମଲଙ୍କ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା ।

ପରେ ଭୁବନେଶ୍ୱରର ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ଓଡ଼ିଶୀରେ ମର୍ଦଳ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ । ଦ୍ୱିତୀୟ ଛନ୍ଦରେ କୋଲକତାର ସଂକଳ୍ପ ନୃତ୍ୟାୟନର ଗୁରୁ ସୁବିକାଶ ମୁଖାର୍ଜୀ ଓ ସାଥିଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣ ଓ ବିଷ୍ଣୁବନ୍ଦନା ସାନ୍ତାକାରାମ, ଯୁଗ୍ମ ପଲ୍ଲବୀ, ସିଙ୍ଗାର ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ପୁରୀ ରଘୁରାଜପୁରର ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଗୁରୁ ମାଗୁଣି ଚରଣ ଦାସଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ମଙ୍ଗଳାଚରଣରେ ଗୁରୁବ୍ରହ୍ମା ଗୁରୁବିଷ୍ଣୁ, ଅଭିନୟରେ ଆହେ ନୀଳଶୈଳ ଗୋଟିପୁଅ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।

କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟ ମଣ୍ଡପର ବରିଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ, ଗୁରୁ ବିଷ୍ଣୁ ସାସମଲ, ସୁଲୋଚନା ପ୍ରଧାନ, ହରିଶ୍ଚନ୍ଦ୍ର ଦାସ, ନାଟ୍ୟମଣ୍ଡପର ସଂପାଦକ ଶବିାଶିଷ ପ୍ରଧାନ, ସଂଜୀବନି ପ୍ରଧାନ, ସୁଦେସା୍ନ ସାସମଲ, ସସ୍ମିତା ଖଣ୍ଡାୟତରାୟ, ଲକି ଭରଦ୍ୱାଜଙ୍କ ସମେତ ନାଟ୍ୟ ମଣ୍ଡପର ସମସ୍ତ କର୍ମକର୍ତା ପରିଚାଳନା କରିଥିଲାବେଳେ ମଂଚ ପରିଚାଳନା ନିରଞ୍ଜନ ପଲଟା, ଅର୍ପିତା ସେନ କରିଥିଲେ ।

Leave a Reply

Your email address will not be published. Required fields are marked *