ଗରଦପୁର, ୨୦/୦୬/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଧେଶ କ୍ରମେ ଗରଦପୁର ତହସିଲ ପକ୍ଷରୁ ଗାଁ ରେ ତହସିଲ କାର୍ଯ୍ୟକ୍ରମ ପାଟକୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ତହସିଲଦାର ତୃପ୍ତି ଦାସ , ବିଡ଼ିଓ ଆଲୋକ ରଂଜନ ସେଠୀ , ଏବିଡ଼ିଓ ସଂଜୟ ଦାସ, ସରପଂଚ ଗୀତାଂଜଳି ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ, ଉଦେଶ୍ୟ ଓ ଏହାର ସୁଦୂର ବିସ୍ତାର ପ୍ରଚାର, ପ୍ରସାର ସହ ଜନ ସାଧାରଣ କିଭଳି ଆଉ ତହସିଲକୁ ଦଇଡ଼ି ଦଉଡ଼ି ନୟାନ୍ତ ହେବେ ନାହିଁ , ତହସିଲ କିପରି ଲୋକଙ୍କ ପାଖରେ ପହଂଚି ବିଭିନ୍ନ ଜମିଜମା ସଂକ୍ରାନ୍ତ ସମସ୍ୟା ସମାଧାନ କରିବ ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଗୁଡ଼୍ରା ହେମ୍ବ୍ରମ, ରାଜସ୍ୱ ସୁପରଭାଇଜର ରାଜେଶ ମାରାଣ୍ଡି, ରେକର୍ଡ଼ ରକ୍ଷକ ରମାକାନ୍ତ ସାହୁଙ୍କ ସମେତ ବିଭିନ୍ନ ସର୍କଲ ର ରାଜସ୍ୱ ନିରୀକ୍ଷକମାନେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କ ବିଭିନ୍ନ ଜମିଜମା ସମସ୍ୟା ସମାଧାନ କରିଥିବାବେଳେ ପୂର୍ବତନ ସରପଂଚ ଶୈଳେନ୍ଦ୍ର ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
