କେନ୍ଦ୍ରାପଡ଼ା, ୨୪/୦୩/୨୦୨୬ (ଓଡ଼ିଶା ସମାଚାର)- ପ୍ରାଥମିକ ସଡକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବସ ଓ ଟ୍ରକ ମାଲିକ ସଂଘ ସହଯୋଗରେ ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବସ, ଟ୍ରକ ସମେତ ବିଭିନ୍ନ ଯାନର ଚାଳକମାନଙ୍କ ଚକ୍ଷୁ ବିନା ମୂଲ୍ୟରେ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ସହିତ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।
