ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କର ଅକାଳ ବିୟୋଗ

ପୁରୀ/ ଭୁବନେଶ୍ୱର,୨୦/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ଅଧିନ  ଇଷ୍ପାତ ବିଭାଗର ବିପିଏନଏସଆଇ ଉପଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କର ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା । ଶେଷ ଶଯ୍ୟା ନିକଟରେ ପତ୍ନୀ ନିରୁପମା ମହାପାତ୍ର, ସନ୍ତାନ ଅଙ୍କିତା ପ୍ରିୟଦର୍ଶିନୀ ଓ ସାଇନା କିରଣ ଉପସ୍ଥିତ ଥିଲେ । ଗତ କିଛି ମାସ ହେବ ସେ ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ । ସେ ଏକା ଧାରରେ ଜଣେ କ୍ରୀଡ଼ାବିତ, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପରେ ଓକିଲାତି ଏବଂ ପ୍ରଶାସନିକ ଅଧିକାରୀ ଥିଲେ ।

ସାହିତ୍ୟ,ସଙ୍ଗୀତ, କଳା,ନାଟକ, କ୍ରୀଡ଼ା,ଫଟୋଗ୍ରାଫି ଥିଲା ତାଙ୍କର ନିଶା । ତାଙ୍କର ଅନେକ ଗଳ୍ପ , କବିତା, ଉପନ୍ୟାସ ବିଭିନ୍ନ ପତ୍ର, ପତି୍ରକାରେ ପ୍ରକାଶ ପାଇଛି । ତାଙ୍କ ରଚିତ ଏକାଧିକ ନାଟକ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ନିର୍ଦ୍ଧେଶନାରେ ପ୍ରଦର୍ଶିତ ୫୦ ରୁ ଉଦ୍ଧ୍ୱର୍ ନାଟକ ପୁରସ୍କୃତ ହୋଇଛି । ସେ ବହୁ ନାଟକ ଓ ଚଳଚିତ୍ରରେ ମଧ୍ୟ ଅଭିନୟ କରି ନିଜ କଳା ର ପରାକାଷ୍ଠା ପ୍ରତିପାଦନ କରିଛନ୍ତି । ସେ କଳା, ସାହିତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ବହୁ ରାଜ୍ୟ ସ୍ତରୀୟ ସମ୍ମାନର ଅଧିକାରୀ ଥିଲେ । ତାଙ୍କ କୃତି ସମ୍ପର୍କରେ ଲେଖିବାକୁ ସ୍ଥ।ନର ଅଭାବ ।

ଏଭଳି ଜଣେ ବିରଳ କୃତି ର ବ୍ୟକ୍ତିଙ୍କ୍ ଅକାଳ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶି ସୂରଜ,ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ,ମନ୍ତ୍ରୀ ପ୍ରଦୀପ ବଳବନ୍ତରାୟ, ପୁରୀ ସାଂସଦ ସମ୍ବିତ ପାତ୍ର,ପୁରୀ ବିଧାୟକ ସୁନିଲ ମହାନ୍ତି,ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଂଟିଆ,ଯାଜପୁର ସାଂସଦ ରବିନ୍ଦ୍ର ନାଥ ବେହେରା,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠି,ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର,ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *