ଭୁବନେଶ୍ୱର,୧୮/୭/୨୦୨୪(ଓଡ଼ିଶା ସମାଚାର)- ଆଚାର୍ୟ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ୟ୍ୟକ୍ରମ କରାଯାଇଥିଲା । ଏଥିରେ ରାଜନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ବିବେକାନନ୍ଦ ବାରିକ, ଆମ୍ଲେଶ ଦାସ, ଶିଶିର ମହାପାତ୍ର, ଜଗା ବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟି, ଆଚାର୍ୟ୍ୟ ବିହାର ମହିଳା ସମିତିର ସଭାପତି ପୁଜାରିଣୀ ମହାନ୍ତି, ଉପସଭାପତି ରୀତା ମହାନ୍ତି, ସମ୍ପାଦିକା ବବିତା ମହାନ୍ତି, ସୁକାନ୍ତ ବାରିକ, ଲିଙ୍ଗା ମାଝୀ, ଅମରେଶ ସାମନ୍ତ, ଝୁମର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।