ବାଲିଯାତ୍ରା ପ୍ରସ୍ତୁତିରେ ବାଧକ ସାଜିଲା ବାତ୍ୟା ‘ଆକୱ।ନ୍’

କଟକ ସଦର,୨୦/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକର ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ୪ ଦିନ ରହିଲା । ଏହାକୁ ୨୪ ରେ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହେଲେ ସବୁ ପ୍ରସ୍ତୁତିରେ ବାଧକ ସାଜିଛି ବାତ୍ୟା ‘ଆକୱ।ନ୍’।ବାତ୍ୟା ପ୍ରଭାବରେ ଦୁଇଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଉଭୟ ତଳ ଓ ଉପର ଯାତ୍ରା ପଡ଼ିଆରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ଠିଆ ହୋଇଛି। ମୁଖ୍ୟ ମଞ୍ଚ,ଓରମାସ, କଟକ ଇନ୍ କଟକ ରେ କାମ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେଥିରେ ଶହ ଶହ ଷ୍ଟଲ୍ ର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ବାତ୍ୟା ପରେ ଆଉ ଦୁଇ ତିନି ଦିନ ଅଧିକ ବର୍ଷାର ସମ୍ଭାବନା ଥିବାରୁ ଵ୍ୟଵସାୟୀ ମାନେ ଚିନ୍ତାରେ ପଡିଯାଇଛନ୍ତି।

Leave a Reply

Your email address will not be published. Required fields are marked *