କଟକ ସଦର, ୧୭/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ୩୬୫ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।
ଏହି ଉପଲକ୍ଷେ ଵିଡିଓ ପ୍ରତୀକ ସାହୁଙ୍କ ପୌରୋହିତ୍ୟରେ ଏଵଂ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସଂଯୋଜନା ରେ ଆୟୋଜିତ ଭତ୍ତା ବଣ୍ଟନ ସଭାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା କିଶନନଗର ସରପଂଚ ସୁଜାତା ସେଠୀ, ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ ଖାଁ, ଚିତ୍ତରଞ୍ଜନ ସାହୁ, ବିମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଆଗାମୀ ଦିନରେ ଭତ୍ତା ବୃଦ୍ଧି ପାଇଁ ସରକାର ଘୋଷଣା କରିବେ ବୋଲି ବିଧାୟକ କହିଥିଲେ। ପରିଚାଳନା ରେ ଚାରି ଗୋଟି ପଞ୍ଚାୟତର ନିର୍ଵ।ହୀଅଧିକାରୀ ଦେବରାଜ ଦାଶ, ଦେବାଶିଷ ନାୟକ,ଦିପିକା ରାଉତ, ସାଗର ସାହାଣୀ ପ୍ରମୁଖ ସହାୟତା କରିଥିଲେ। ଶେଷରେ ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
