କଟକ ସଦର ର ସାତ ଟି ପଂଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ନିଶ୍ଚିନ୍ତକୋଇଲି,୧୭/୧୧/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ସାତ ଟି ପଞ୍ଚାୟତ ର ୩୦୨ଜଣ ନୂତନ ହିତାଧିକାରୀ ଙ୍କୁ  ଭତ୍ତା ପ୍ରଦାନ କରାଯାଇଛି । କଟକ ସଦର ର ଜନାର୍ଦ୍ଦନ ପୁର, କଳମିଶ୍ରି, ସାନ୍ତପୁର, ବନ୍ଧୁପୁର, ପାଳଦା,ନେମାଳ ଓ ତିଲକଣା ପଂଚାୟତ ର ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଛି । ସୋମବାର ଅପରାହ୍ନ ରେ ଜନାର୍ଦ୍ଦନପୁର ଶନି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉତ୍ସବ ରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ. ।

ବିଧାୟକ ଶ୍ରୀ ସେଠୀ କହିଥିଲେ ଯେ, ଏଣିକି ଭତ୍ତା ପାଇଁ ଆବେଦନ ୟୁ ପି ଏମ ପି ଓଡିଶା ପୋର୍ଟାଲ ରେ ଆବେଦନ କରି ହିତାଧିକାରୀ ଯଥାଶୀଘ୍ର ଭତ୍ତା ପାଇପାରିବେ । ବି ଡି ଓ ଦିବ୍ୟନ୍ଦୁ କୁମାର ଦାସ ଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ଉତ୍ସବ ରେ ଜନାର୍ଦ୍ଦନପୁର ପଂଚାୟତ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ପ୍ରତିନିଧି, ବିଜେପି ମଣ୍ଡଳ ସଭାପତି ମୀନକେତନ ମହାନ୍ତି, ପ୍ରାକ୍ତନ ସଭାପତି ରଞ୍ଜନ ନନ୍ଦ, ନାରୀ ନେତ୍ରୀ କଳ୍ପନାଲେଙ୍କା, ସୁଜାତା ନନ୍ଦ, ଶଶିକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଶିକ୍ଷା ସଂଗଠକସୁନୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *