କଟକ ସଦର, ୧୭/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତର ଗିରିଧାରୀ ମଠରେ ଆଜି ମଙ୍ଗଳବାର ଦିନ କିଶନନଗର ପଞ୍ଚାୟତ ଚାଷୀମାନଙ୍କ ପାଇଁ ଏକ କୃଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବ୍ଲକ୍ କୃଷି ଅଧିକାରିଣୀ ଜାଫନା ରାୟ, ସହକାରୀ କୃଷି ଅଧିକାରୀ ଦେବାଶିଷ ଦାସ, ବୈଜ୍ଞାନିକ ଡଃ ରଞ୍ଜନ କାମ୍ଵୋଜ,ଓଭରସିଅର ଦେବାଶିଷ ଦାସ, ଏଟିଏମ୍ ଵିଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ଡାଲି ଫସଲରେ ଆତ୍ମନିର୍ଭରତା ମିଶନ ଉପରେ ଆଲୋକପାତ କରିଥିଲେ। ପରିଚାଳନାରେ ଶୁଭେନ୍ଦୁ ମଲ୍ଲିକ, ଦୀପକ ମଣ୍ଡଳ ପ୍ରମୁଖ ସହାୟତା କରିଥିଲେ।
