ଜିଲା ସ୍ତରୀୟ ଶିକ୍ଷକ ଉତ୍କର୍ଷ ସମ୍ମାନ-୨୦୨୬
କେନ୍ଦ୍ରାପଡ଼ା, ୦୭/୦୯/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ଶିକ୍ଷକ ଦିବସ ଅବସରରେ କେନ୍ଦ୍ରାପଡ଼ାସ୍ଥିତ ଉର୍ଦ୍ଧୁ ଲାଇବ୍ରେରୀ ପରିସରରେ ଜିଲାସ୍ତରୀୟ ଶିକ୍ଷକ ଉତ୍କର୍ଷ ସମ୍ମାନ-୨୦୨୬ ସମାରୋହ ଗାରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦି ମାଇନରିଟି ଡେଭଲପମେଂଟ ଟ୍ରଷ୍ଟ, ଉର୍ଦ୍ଧୁ ଲାଇବ୍ରେରୀ କମିଟି ଏବଂ ଦୋସ୍ତି ଫାଉଣ୍ଡେସନ, କେନ୍ଦ୍ରାପଡ଼ାର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହରେ ଶିକ୍ଷକଙ୍କ ନିଷ୍ଠା, ତ୍ୟାଗ ଓ ସମାଜ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା ।
ସମାରୋହରେ କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ, ଭୁବନେଶ୍ୱରସ୍ଥିତ ଏସସିଇଆରଟିର ଉପନିର୍ଦେଶକ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ମହମ୍ମଦ ସଲିମ ଖାନ ଏବଂ ଉର୍ଦ୍ଧୁ ଲାଇବ୍ରେରୀ ପରିଚାଳନା କମିଟି ସଭାପତି ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ ।ଏହି ଅବସରରେ ଜିଲାର ବିଭିନ୍ନ ବିଦ୍ୟାଳୟର ୩୫ ଜଣ ଶିକ୍ଷକ, ସିଆରସିସି, ଅବସରପ୍ରାପ୍ତ ଶିକ୍ଷକ, ପ୍ରଧାନଶିକ୍ଷକ ଓ ଏବିଇଓଙ୍କୁ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସେକ. ଏମ୍.ଡି. ଇନାୟତ, ସେକ. ସଲାଉଦ୍ଧିନ, ସେକ. ନସିମୁଦ୍ଧିନ, ଏମ.ଡି. ଅକ୍ରମ ଖାନ, ସେକ. ଅନସାର ଅଲ୍ଲୀ, ସୟଦ ଜାକିର ଅଲ୍ଲୀ, ସେକ. ବରକତୁଲ୍ଲାହ, ମୀର ଅଖତର ଅଲ୍ଲୀ, କିଶୋର ଜେନା, ଏମ୍.ଡି. ଅସଗର ଅଲ୍ଲୀ, ସେକ. ଏମ୍.ଡି. ଫୟାଜୁଦ୍ଧିନ, ମନଜୁର ହୁସେନ, ସେକ. ମୁସ୍ତାକ ଅଲ୍ଲୀ, ଅହମଦ ରଜା, ଅନନ୍ତ କୁମାର ପରିଡ଼ା, ଦେବେନ୍ଦ୍ର କୁମାର ନାୟକ, ସଞ୍ଜୟ କୁମାର, ନମିତା ଜେନା ଓ ସେକ. ସାହିଲ ପ୍ରମୁଖ ସହଯୋଗ କରିଥିଲେ । ପ୍ରଫୁଲ୍ଲ କୁମାର ଜେନା ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଶୁଭେନ୍ଦୁ କୁମାର କର କାର୍ଯ୍ୟକ୍ରମ ପରିଚାଳନା ଓ ଶେଷରେ ଉର୍ଦ୍ଧୁ ଲାଇବ୍ରେରୀର ସଦସ୍ୟ ଅଚ୍ୟୁତାନନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିକ୍ଷକଙ୍କ ମନୋବଳ ବୃଦ୍ଧି, ଉତ୍କର୍ଷତାକୁ ସମ୍ମାନ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
