ଗୋପୀନାଥପୁରରେ ବୋମାମାଡ଼

ଜଗତପୁର,୧୭/୧୧/୨୦୨୬(ଓଡ଼ିଶା ସମାଚାର)–କଟକ ଜଗତପୁର ଥାନା ଗୋପୀନାଥପୁରରେ ବୋମାମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତିନୋଟି ବୋମା ମାଡ କରିଛନ୍ତି । ବୋମାମାଡ଼ରେ ଥରିଉଠିଥିଲା ଅଞ୍ଚଳ। ଏକ ଗ୍ୟାରେଜର ସିଲିଂ ଭାଙ୍ଗିବା ସହ ଅନ୍ୟ ଏକ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୋପୀନାଥପୁରରେ ଥିବା ମିର୍ଜା ଜାକୀର ବେଗଙ୍କ ଗ୍ୟାରେଜ ଉପରେ ବୋମାମାଡ଼ ହେବାରୁ ଏହାର ସିଲିଂ ଭାଙ୍ଗି ଯାଇଛି। ସେହିପରି ଲକ୍ଷ୍ମୀନୃସିଂହ ସପ୍ଲାୟର୍ସର ମାଲିକ ଦେବରାଜ ପୃଷ୍ଟିଙ୍କ ଘରର କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସନ୍ଦେହ ହେଉଛି ।

Leave a Reply

Your email address will not be published. Required fields are marked *