କଟକର ଐତିହାସିକ ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼

କଟକ ସଦର,୧୭/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରା-୨୦୨୬ ଉପଲକ୍ଷେ ପ୍ରଚାର ପ୍ରସାର ପାଇଁ ଆଜି ମଙ୍ଗଳବାର ଦିନ ପ୍ରଜ୍ଞାପନ ମେଢ଼ ବୁଲିବାର ଶୁଭାରମ୍ଭ ହୋଇଛି।

ବାଲିଯାତ୍ରା ପଡ଼ିଆର ବୈଷ୍ଣବ ପାଣି ମଞ୍ଚ ସମୁଖରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ପତାକା ହଲାଇ ପ୍ରଜ୍ଞାପନ ମେଢ଼ର ଶୁଭାରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୨୪ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାକୁ ଉଦଘାଟନ କରିବେ। ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଲୋକମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *