କଟକ ସଦର, ୨୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ଏକ ସରକାରୀ ରାସ୍ତା ଜବର ଦଖଲ ହୋଇଥିବା କିଶନନଗର ତହସିଲଦାର ଙ୍କ ନିକଟରେ ଜନ ସାଧାରଣ ଅଭିଯୋଗ କରିଥିଲେ। ଏଥିପାଇଁ ତହସିଲଦାର କିଶନନଗର ରାଜସ୍ୱ ନିରୀକ୍ଷକ ଙ୍କୁ ସରଜମିନ ତଦନ୍ତ ପାଇଁ ପଠାଇଥିବା ବେଳେ ଜବର ଦଖଲକାରୀ ତାଙ୍କୁ ଠେଲାପେଲା କରି ବିଦା କରିଦେଇଥିବା ଆର୍ ଆଇ ତହସିଲଦାର ଙ୍କୁ ଲିଖିତ ଜଣାଇଥିଲେ।
ଏହାପରେ ତହସିଲଦାର ଅନ୍ୟ ଏକ ନୋଟିସ କରି ତହସିଲ ଅମିନ, ଆର୍ ଆଇ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ମାପ ପାଇଁ ପଠାଇଥିବା ବେଳେ ସେହି ଏକା ବିରୋଧ ଯୋଗୁଁ ସେମାନେ ଫେରିଯାଇ ତହସିଲଦାର ଙ୍କୁ ଲିଖିତ ଜଣାଇଥିଲେ। ହେଲେ ଆଜି ବୁଧବାର ଦିନ ମାପ କରି ଅବରୋଧ ହଟାଇବାକୁ ନିଜେ ପୋଲିସ ସହ ଉପସ୍ଥିତ ରହିବାକୁ ପ୍ରତିଶ୍ରୁତି ଦେଇ ତହସିଲଦାର ନଯିବା କେଉଁ ସ୍ୱ।ର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଥିପାଇଁ ପୂର୍ବର ଦୁଇଥର ପରି ଆଜି ମଧ୍ୟ ଜବରଦଖଲକାରୀ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ ରେ ବାଧା ସୃଷ୍ଟି କରି ଫେରାଇ ଦେଇଥିବା ଜଣାପଡିଛି। ଏଥିପାଇଁ ତହସିଲଦାର ଙ୍କ ଉପରୁ ଆସ୍ଥା ତୁଟାଇ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ସଜବାଜ ହେଉଥିବା ଜଣାଯାଇଛି।