ଜଗତସିଂହପୁର,୧୫/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଅପରାହ୍ନ ୪.୩୦ ଘଣ୍ଟିକା ରେ ରାଜପଥ ର ସୁରକ୍ଷା ଏବଂ ପ୍ରତିକାର ବିଷୟରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଶ୍ରୀ ଜ୍ୟୋତି ଶଙ୍କର ରାୟ ପୌରହିତ୍ୟ କରିଥିଲେ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା , ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଉପସ୍ଥିତ ଥିଲେ ।
ଏହି ଅବସରରେ ଆର୍ ଆଣ୍ଡ ବି, ଆର୍ ଡି, ଏନ୍ ଏଚ୍ ୫୫ ଏନ୍ ଏତେ ୫୩ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ଯୋଗଦେଇ ଜିଲ୍ଲା ମଧ୍ୟରେ ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ପାଖରେ ଥିବା ଜବରଦଖଲ ହଟାଇବାକୁ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଗଠନ ମୁଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିଥିଲେ, ତତ୍ସହ ତାର ପ୍ରତିକାର ବିଷୟରେ ସମ୍ପୃକ୍ତ ବିଭାଗ କୁ ତ୍ବରାନ୍ବିତ ପାଇଁ ତତ୍ପରତା କରାଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସଂପୃକ୍ତ ଜାତୀୟ ରାଜପଥ ୫୩ , ଜାତୀୟ ରାଜପଥ ୫୫ ଏବଂ ରାଜ୍ୟ ରାଜପଥ ୧୨ ରାସ୍ତା କଡ଼ରେ ଥିବା ଜବରଦଖଲ ଉଚ୍ଛେଦ ସହ ହାଇମାକ୍ସ ଲାଇଟ୍ ଲଗାଇବା କାର୍ଯ୍ୟ ତୁରନ୍ତ ସାରିବା ସହ ରାସ୍ତା ରେ ସଙ୍କେତ ମାନ ଲଗାଇବା କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ପରେ ରାସ୍ତା ରେ ଆମ୍ବୁଲାନ୍ସ କୁ ସଠିକ ତରିକା ରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ ଦେବା ସହ ଉପସ୍ଥାପନା ହୋଇଥିବା କାର୍ଯ୍ୟ ଗୁଡ଼ିକୁ ଚଳିତ ମାସ ମଧ୍ୟରେ ଶିଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ବିଭାଗ ମାନଙ୍କର ତରଫରୁ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଶେଷରେ ପରିବହନ ଅଧିକାରୀ ଶ୍ରୀ ସେଠୀ ଧନ୍ୟବାଦ ଦେଇ ଥିଲେ । ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
