ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ୫% ବଢିଲା

ଭୁବନେଶ୍ୱର,୨୩/୦୭/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଓ ଖୁସି ଖବର। ବଢିଲା ମହଙ୍ଗା ଭତ୍ତା। ଜିନିଷର ଦରଦାମ୍ ବୃଦ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଖବର। ମହଙ୍ଗା ଭତ୍ତା ୫% ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତା ୨୫୭% ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି। ଏହା ପିଛିଲା ଭାବେ ଜାନୁଆରୀ ୨୦୨୬ ରୁ ଲାଗୁ ହେବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୁଲାଇ ମାସ ଦରମାରେ ବର୍ଦ୍ଧିତ ଭତ୍ତା ଓ ବକେୟା ଅର୍ଥ ମିଳିବ । ଜାନୁଆରୀ ୧ ରୁ ପିଛିଲା ଭାବେ ଲାଗୁ ହୋଇଥିବାରୁ କର୍ମଚାରୀମାନେ ବର୍ତ୍ତମାନର ବଢିଥିବା ଭତ୍ତା ସହ ବକେୟା ଟଙ୍କା ମଧ୍ୟ ପାଇବେ। ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *