କଟକ ସଦର, ୧୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାରେ ଯୋଡିହେଵ ଆଉ ୪୧ ଟି ନୂଆ ବାଲିଘାଟ। ଜିଲ୍ଲା ସର୍ଭେ ରିପୋର୍ଟ ଅନୁସାରେ ଏହି ନୂଆ ଉତ୍ସବଗୁଡିକ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଗୁଡ଼ିକର ଡିଜିଟାଲ ସର୍ଭେ କରାଯାଉଛି।
ଉତ୍ସ ଗୁଡିକର ଡିଜିଟାଲ ସୀମା ନିର୍ଦ୍ଧାରଣ ପରେ ଇ-ନିଲାମ କରାଯିବ ବୋଲି ଖଣି ବିଭାଗ ପକ୍ଷରୁ ଜଣାପଡିଛି। ବର୍ତ୍ତମାନ ଜିଲ୍ଲାରେ ନୂତନ ଉତ୍ସକୁ ମିଶାଇ ୧୧୪ ଟି ବାଲିଘାଟ ରହିଛି। ଅନ୍ୟପକ୍ଷରେ ପୂର୍ବରୁ ନିଲାମ କରାଯାଇଥିବା କେତେକ ବାଲିଘାଟ ଗୁଡ଼ିକର ଲିଜ୍ ଅବଧି ଚଳିତବର୍ଷ ଶେଷ ହେଉଛି। ତେଣୁ ସେଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇ ଇ-ନିଲାମ କରାଯିବ ବୋଲି ଜଣାପଡିଛି।
