ମୋ ବସ୍ ସେବା ଗଡମା ଠାରୁ ତାରପୁର ପର୍ଯ୍ୟନ୍ତ ବଢ଼ିଲା 

କଟକ ସଦର, ୨୯/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୨୦୨୪ ବର୍ଷରେ କଟକ ରୁ ଗଡମା ପର୍ଯ୍ୟନ୍ତ ମୋ ବସ୍ ସେବା ଆରମ୍ଭ ହୋଇଥିବା ଵେଳେ ଏହାକୁ ରଘୁନାଥପୁର କୁ ବଢାଇବାକୁ ଦାବି ହୋଇଆସୁଥିଲା।

ଏ ସମ୍ପର୍କରେ ଓଡ଼ିଶା ସମାଚାର ରେ ବିସ୍ତ୍ରୁତ ଖଵର ପ୍ରକାଶ ପାଇବା ପରେ ଟିକେ ଡେରିରେ ହେଉ ପଛେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହି ମୋ ବସ୍ ସେବା ଗଡମା ଠାରୁ ତାରପୁର ବାଇପାସ୍ ପର୍ଯ୍ୟନ୍ତ ଵଢାଯାଇଥିଵା ସରକାରୀ ବିଜ୍ଞପ୍ତି ରୁ ଜଣାପଡିଛି। ଏହା ଜଣାପଡିବା ପରେ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *