ଜପକୁଦ ମହିଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲର ପୁନଃର୍ଵିଚାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କଟକ ସଦର,୧୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ବ୍ଲକ୍ ର ଜପକୁଦ ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଶେଷ ମୁହୂର୍ତ୍ତରେ ପ୍ରଶାସନ ପକ୍ଷରୁ ବାତିଲ କରାଯାଇଛି। ଏହାର ପ୍ରତିବାଦରେ ଏଵଂ ନିଷ୍ପତ୍ତି ର ପୁନଃର୍ଵିଚାର ପାଇଁ ବିଧାୟକ ପ୍ରଶାନ୍ତ ବେହେରା, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଓ କେତେକ ଛାତ୍ରୀ ଆଜି ବୁଧବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ତେବେ ଜିଲ୍ଲାପାଳ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରୁଛନ୍ତି ନାଁ କାଏମ ରଖୁଛନ୍ତି ତାକୁ ନେଇ ସାଧାରଣରେ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *