କାଠଯୋଡ଼ି ପଠାରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା: କଳାହାଣ୍ଡିର ଗୌରିଙ୍କର ଶବ ଚିହ୍ନଟ, ଖାନନଗରରେ ସତ୍କାର

କଟକ ସଦର ୧୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କାଠଯୋଡି ନଦୀ ପଠାରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାର ଗୋଟିଏ ସପ୍ତାହ ପରେ ପୋଲିସ ମୃତକାଙ୍କୁ ଚିହ୍ନଟ କରି ଖାନନଗର ଶ୍ମଶାନରେ ସାନଭାଇଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରିଛି। ପ୍ରକାଶ ଯେ ହତ୍ୟାକାଣ୍ଡ ଦିନ ଜନୈକ ଅଭିଯୁକ୍ତ କଳାହାଣ୍ଡିର ଗୌରିଙ୍କୁ କଟକ ଆଣି କୌଣସି କାରଣରୁ ବିଭତ୍ସ ଭାବେ ହତ୍ୟା କରିଥିବା ପୋଲିସ ସିସି ଟିଭି ଫୁଟେଜ ଓ ବିଭିନ୍ନ ଉପାୟରେ ତଦନ୍ତ କରି ଜାଣିବାକୁ ପାଇଛି।

ତେବେ ମୃତକାଙ୍କ ହାତରେ ଗୌରି ନାମ ଲେଖାଥିବା ଟାଟୁ ରୁ ଶବ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ଗୌରି ଵିଵାହ କରିଥିଲେ ହେଁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଅଭିଯୁକ୍ତ ଯୁବକ ପାଖରେ ରହୁଥିଲେ।ହତ୍ୟାକାରୀକୁ ପୋଲିସ ଜାଣି ପାରି ଥିବାଵେଳେ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରଖିଛି। ମାତ୍ର ହତ୍ୟାକାରୀ ଅଭିଯୁକ୍ତ ଓ ଗୌରି କଳାହାଣ୍ଡି ରୁ କଟକ କାହିଁକି ଆସିଥିଲେ ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନି। ହତ୍ୟାକାରୀ ଧରାପଡି଼ବାପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *