ସୁରଭି କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନ,୧୩/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ବିରାଶାଳ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗତ ୧୨ ତାରିଖରେ ବନ୍ଦାଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଙ୍କଡ଼ାହାଡ଼ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର ଓ ମୁଖ୍ୟ ବକ୍ତା ଭାବରେ ସମାଜସେବୀ ରମେଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିବାବେଳେ ଉଦଯାପନ ଉତ୍ସବରେ ବିରାଶାଳ ସରପଞ୍ଚ ଶ୍ରୀମତୀ ରୁକ୍ମିଣୀ ସେଠୀ ଓ ସମାଜସେବୀ ଅଭିମନ୍ୟୁ ସେଠୀ ଯୋଗଦେଇଥିଲେ।

ଏହି ଉତ୍ସବରେ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ବିଶେଷ ଭାବରେ ପି ଏମ୍ ପୋଷଣ ଶିଳ୍ପକଳାରେ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀର ଛାତ୍ର ସବ୍ୟସାଚୀ ଦେହୁରୀଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରକୁ ମନୋନୀତ ହୋଇଥିବା ବେଳେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ହୋଇଥିବା ଦଳଗତ ନୃତ୍ୟରେ ବିଦ୍ୟାଳୟର ଛାତ୍ରୀମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ପରିଚାଳନା କମିଟି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କମିଟିର ଉପସଭାପତି ଭାରତୀ ଦେହୁରୀ, ସଦସ୍ୟା ପଙ୍କଜିନୀ ମହାନ୍ତ, ଚନ୍ଦନୀ ଦେହୁରୀ, ଜୟମୁନୀ ଦେହୁରୀ, ଦ୍ରୋପଦୀ ମହାରଣା,ନିଲୁ ମହାନ୍ତ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *