ଦ୍ରୌପଦୀ ଦେବୀ ବାଲ ଭବନ ଓ ଦ୍ରୌପଦୀ ଦେବୀ ଦିବ୍ୟାଙ୍ଗ ସ୍କୁଲ ର ବାର୍ଷିକ ଉତ୍ସବ ।

ବଡବିଲ, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡବିଲ ରେ ପ୍ରଥମ ଗଢି ଉଠିଥିବା ପ୍ଲେ ସ୍କୁଲ ଓ ଦିବ୍ୟାଙ୍ଗ ସ୍କୁଲ ଭାବରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦୁଇ ସ୍କୁଲ ର ସତର ତମ ବାର୍ଷିକ ଉତ୍ସବ ରୁଙ୍ଗଟା ଟାଉନ ହଲ ଠାରେ ହୋଇ ଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପଦ୍ମ ଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ସମାଜ ସେବୀ ଡମୟନ୍ତୀ ସାମଲ, ବଡ଼ବିଲ ରେଞ୍ଜର ଶ୍ରୀ ରଞ୍ଜନ କୁମାର କାଲୋ ବଡ଼ବିଲ ଉପ କାରାଗାର ଯେଲର ଶ୍ରୀମତୀ ପୁନମମାଡାମ .ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପୁଷ୍ାଞ୍ଜଳି ଦେଇ ପ୍ରଦୀପ ପ୍ରୋଜଳନ କରିଥିଲେ ଓ ପରେ ପରେ ଭିନ୍ନ କ୍ଷମ ସ୍କୁଲ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମ କରି ଚକ୍ଷୁ ହିନ ବାଳିକା ଙ୍କ ଦ୍ଵାରା ଭଜନ ପରିବେଶକୁ ପୁରା ଭାବ ବିହ୍ୱଳ କରିଥିଲା । ପରେ ସ୍କୁଲ ର ପ୍ରିନ୍ସିପଲ୍ ଶ୍ରୀମତୀ ରଞ୍ଜନ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ପରେ ରଙ୍ଗା ରଙ୍ଗ କାର୍ୟ୍ୟକ୍ରମ କରାଯାଇଥିଲା । ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ଥିବା ପିଲା ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଦିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିଲା ପ୍ରଥମ ସ୍ବାଗତ ରେ ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ କୁନି କଳାକାର ଙ୍କ ଦ୍ଵାରା ସ୍ବାଗତ ରେ ମଙ୍ଗଳା ଚରଣ ଓ ରଘୂପତି ରାଜା ରାମ ଉପରେ ଆଧାରିତ ଏକ ସୁନ୍ଦର ନୃତ୍ୟ, ପରେ ପରେ ବାଲ ଭବନ ର ପ୍ରିନସିପଲ୍ ରିତୁ ଜାଲନ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଛୋଟ ଛୋଟ ପିଲା ମାନଙ୍କ ର ନୃତ୍ୟ ଅତି ମନ ମୁଗ୍ଧକର କରିଥିଲା ଦର୍ଶକ ଙ୍କୁ । ରାମାୟଣ ଉପରେ ଆଧାରିତ ନାଟକ ଅତି ବିମୋହିତ କରିଥିଲା ଦର୍ଶକ ମାନଙ୍କୁ। ସେଣ୍ଟ ମାରି ସ୍କୁଲ ର ପ୍ରିନ୍ସିପାଲ ସିଷ୍ଟର କରୁଣା ଓ ଭାଇସ୍ ପ୍ରିନ୍ସିପାଲ କୁନି ପିଲାମାନଙ୍କୁ କିଛି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପ୍ରଦାନ କରିଥିଲେ । ପରି ଶେଷ ରେ ବଡ଼ବିଲ ରେଞ୍ଜର ଶ୍ରୀ ରଞ୍ଜନ କୁମାର କାଲୋ ଓ ବଡବିଲ ଉପକାରାଗାର ର ଜେଲର ମଧ୍ୟ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ମଞ୍ଚ ପରିଚାଳାନ କରିଥିଲେ ବିନି କର ଓ ଭୂମିକା ତ୍ରିପାଠୀ। ଦ୍ରୌପଦୀ ଦେବୀ ମଙ୍ଗଳ କାରୀ ସଂସ୍ଥା ଏହି କାର୍ୟ୍ୟ କର୍ମକୁ ପୁର ସହଯୋଗ କରିବା ସହ ଦ୍ରୌପଦୀ ଦେବୀ ର ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *