କଟକ,୧୩/୧୦/୨୦୨୬(ଓଡିଶା ସମାଚାର / ଅଭୟ ଜେନା)ହଜାର ବର୍ଷର ରୁ ଉର୍ଦ୍ଧ୍ବ ଏହି କଟକ ସହର ଭାଇଚାରାର ସହର ଭାବେ ପରିଚିତ। ଏହି କଟକ ସହରରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣର ବ୍ୟକ୍ତି ବାସ କରନ୍ତି। ନିଜ ନିଜର ପରମ୍ପରା, ରୀତିନୀତି ସହ ପୂଜା ପାଠ କରନ୍ତି। ଭାଇଚାରାର ନିଦର୍ଶନ ସ୍ଵରୁପ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୂଜା ପୀଠକୁ ଡାକି ସମ୍ବର୍ଦ୍ଧିତ କରିଥାନ୍ତି।
ସେହି ପରିପ୍ରେକ୍ଷୀରେ କଟକ ଦୋଳମୁଣ୍ଡାଇ ଦାସ ସାହିରେ ପୂଜା ପାଉଥିବା ତେଲଗୁ ସମ୍ପ୍ରଦାୟର ଷୋଳପୁଅ ମା’ ପୂଜା କମିଟିର ସଭାପତି ଆରପା ରାଓଙ୍କ ସଭାପତିତ୍ବ ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ କଟକ ସହରର ବିଜେପି ଦଳର ଯୁବ ନେତା ସନ୍ତୋଷ ମହାନ୍ତି,କଟକ ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟାଳୟ ସମ୍ପାଦିକା ପାୟଲ ପ୍ରିୟଦର୍ଶିନୀ, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର କଟକ ଜିଲ୍ଲା ଯୁଗ୍ମ ସମ୍ପାଦକ ସୋମନାଥ ଖୁଣ୍ଟିଆ ପ୍ରମୁଖଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଷୋଳପୁଅ ମା’ ପୂଜା କମିଟିର ସମ୍ପାଦକ ଜେମାଲେସ,ଏମ ମୋହନ ରାଓ,ଏମ ଲୋକନାଥ ରାଓ,ଜେ କୁରୁପା ରାଓ,କୁରୁପା ରାଓ, କ୍ରୀଷ୍ଣା ରାଓ,ମୋହନ ରାଓ,ଶିବା ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
