ସେକ୍ଟର ୧୬ ଡିଏଭି ପବ୍ଲିକବିଦ୍ୟାଳୟରେ   ଶିଶୁଦିବସ ପାଳିତ

ରାଉରକେଲା,୧୫/୧୧/୨୦୨୪(ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ସେକ୍ଟର ୧୬ ଡିଏଭି ପବ୍ଲିକ ବିଦ୍ୟାଳୟରେ ଶିଶୁଦିବସ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଆମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ଓ ଡିଏଭି ସଙ୍ଗୀତ  ଗାନ କରି ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାଗତ ସଙ୍ଗୀତ, ସ୍ବାଗତ ନୃତ୍ୟ ସହ ଆକର୍ଷଣୀୟ ନୃତ୍ୟ ଓ ଗୀତିନାଟ୍ୟ ପରିବେଷଣ ହୋଇଥିଲା। ଇଂରାଜୀ,ଓଡିଆ, ହିନ୍ଦୀ ରେ ତିନୋଟି ଛାତ୍ରୀ ବକୃତା ପ୍ରଦାନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ରେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିମନ୍ତେ କେତେକ ଶିକ୍ଷୟିତ୍ରୀ ମିଶି ଏକ ଗୀତିନାଟ୍ୟ କରିଥିଲେ ଏବଂ ଆନନ୍ଦ ବଜାର, ଗେମ୍ ଷ୍ଟଲ୍ ଆୟୋଜନ ହୋଇଥିଲା।  ଚିତ୍ରାଙ୍କନ, କ୍ରାଫ୍ଟ ପରିଦର୍ଶନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ  ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆକର୍ଷଣୀୟ ହେବା ସହ ଶାନ୍ତିଶୃଙ୍ଖଳାର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *