୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ ପାଇଁ ଭୂମିପୂଜନ।

କଟକ,୨୭/୧୧/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ) – ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ସାଲେପୁର ବ୍ଲକ୍‌ ଅନ୍ତର୍ଗତ ଶିଶୁଆସ୍ଥିତ ପବିତ୍ର ଚିତ୍ରୋତ୍ପଳା ନଦୀ କୂଳରେ ଆୟୋଜିତ ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ ନିମନ୍ତେ ପବିତ୍ର ଆଧ୍ୟାତ୍ମିକ ପରିବେଶରେ ଆଜି ଭୂମିପୂଜନ କାର୍ଯ୍ୟକ୍ରମ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସହ ସାଧୁସନ୍ଥ, ଆଧ୍ୟାତ୍ମିକ ପ୍ରବକ୍ତା ଓ ବହୁ ଧର୍ମପ୍ରାଣ ବ୍ୟକ୍ତିଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭକ୍ତି, ଆସ୍ଥା, ଶାନ୍ତି ଓ ଆଧ୍ୟାତ୍ମିକ ଚେତନାରେ ମୁଖରିତ ହୋଇଉଠିଥିଲା। ମନ୍ତ୍ରଧ୍ୱନି, ଆଧ୍ୟାତ୍ମିକ ବାଣୀ ଓ ଶ୍ରଦ୍ଧାଳୁଙ୍କ ଭକ୍ତିଭାବରେ ଏକ ଅପୂର୍ବ ଦିବ୍ୟ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *