ମହିଳା ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ

“ମହିଳା ସଶ୍ତିକରଣ ପାଇଁ ମିଳୁଥିବା ସୁବିଧା ସୁଯୋଗ ର ସଦୁପଯୋଗ କରିବାକୁ ଆହ୍ବାନ”

ଭୁବନ ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର , ନୂଆଦିଲ୍ଲୀ ଆନୁକୁଲ୍ୟରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ର ଉଦଘାଟନ ଉତ୍ସବ ରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ,କୋରାପୁଟ ର କୁଳପତି ପ୍ରଫେସର ଡକ୍ଟର ଚକ୍ରଧର ତ୍ରିପାଠୀ ଏକବିଂଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶତାବ୍ଦୀରେ ଭାରତରେ ନାରୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ,ବୈଦିକ ଯୁଗ ରୁ ନାରୀ ମାନଙ୍କ ସ୍ଥାନ ସର୍ବାଗ୍ରେ ଥିଲା । ଏହି ତତ୍ୱକୁ ବୁଝି ଏକବିଂଶ ଶତାବ୍ଦୀରେ ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଆଗକୁ ଆଣି ପାରିଲେ ନାରୀ ମାନଙ୍କ ସ୍ଥାନ ଉଚ୍ଚ ରେ ରହି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମାଜସେବୀ ଅପାଂଶୁ ଶେଖର ସିଲ ସମାଜରେ ନାରୀ ମାନଙ୍କ ଦୂରବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ମଠକରଗୋଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ସରକାରୀ ସ୍ତରରେ ମହିଳା ମାନଙ୍କୁ ସଶକ୍ତି କରଣ ପାଇଁ ମିଳୁଥିବା ସୁବିଧା ସୁଯୋଗ କୁ ସଦୁପଯୋଗ କଲେ ଭାରତରେ ନାରୀ ମାନଙ୍କ ଭୂମିକା ସର୍ବାଗ୍ରେ ରହି ପାରିବ ବୋଲି କହିଥିଲେ । ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ମାନସ କୁମାର ବେହେରା ପାଶ୍ଚାତ୍ୟରେ ନାରୀ ମାନଙ୍କୁ ଅଧିକାର ଦେବା ପୂର୍ବରୁ ଭାରତରେ ନାରୀ ମାନଙ୍କୁ ସମ୍ମାନ ଦିଆଯାଇଥିଲା ବୋଲି ମତ ଦେଇଥିଲେ ।ଆଜିର କାର୍ଯ୍ୟକ୍ରମରେ ଡକ୍ଟର ମୌସୁମୀ ପଟ୍ଟନାୟକ ,ଶୈଳବାଳା ମହାବିଦ୍ୟାଳୟର ଡକ୍ଟର ହିରସ୍ମୟୀ ମିଶ୍ର, ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟ ର ଡକ୍ଟର ଶଙ୍କର ଉତ୍କୁଲା ସତ୍ୟମ୍ , ଜେ ପି ଏସ ୱାରଙ୍ଗଲ ଡକ୍ଟର ରାଜେନ୍ଦ୍ର ଭୁଇ,ବି ଏନ୍ ଏମ ଏ କଲେଜ ଅନିତା ତ୍ରିପାଠୀ ,ଡକ୍ଟର ଚନ୍ଦ୍ରlବତୀ ମହାପାତ୍ର, ଡକ୍ଟର ନୀଳାମ୍ବର ରାୟଗୁରୁ , ଭଗବାନ ଦାସ,ବୈଜୟନ୍ତି ନାୟକ , ସୋହମ୍ ପଣ୍ଡା , ନଫିଷ ଅଲି, ତାହିର ଅଞ୍ଜୁମ୍,ସୁମିତ୍ରା ସାହୁ ,ସସ୍ମିତା ତ୍ରିପାଠୀ, ସୁଭସ୍ମିତା ଦାସ , କାର୍ତ୍ତିକ ରାଉତ ,ପ୍ରମିଳା ଦାସ , ନମିତା ଦାସ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ପୂର୍ବତନ ସମ୍ପାଦକ ଦେବବ୍ରତ ପୃଷ୍ଟି ମୁଖ୍ୟ ଅତିଥି ଓ ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସମୀର ସାହୁ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରିଥିଲା ବେଳେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ମମତା ପାତ୍ର ସଂଯୋଜନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଅଧ୍ୟାପକ ,ଅଧ୍ୟାପିକା ଓ ଛାତ୍ରୀ ମାନେ ସେମିନାର ରେ ଅଂଶ ଗ୍ରହଣ କରିଥିଲେ । ମହିଳା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *