ଭୁବନ, ୧୨/୧୦/୨୦୨୬(ଓଡ଼ିଶା ସମାଚାର)- ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୦୦ ଟି ଅଭିଯୋଗ ଦାଖଲ ହୋଇଥିଲା । ଘଟଣା ସ୍ଥଳରେ ୬ ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣ ଓ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ସମୁଦାୟ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ବାବୁରାଓ ମାନେ , ଆଡିସିନାଲ ପି ଡି ସୌଦାମିନୀ ଦାସ,କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ,ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସପନ କୁମାର ମହାନ୍ତି,
ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ,ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଶୁଭଶ୍ରୀ ରଥ,ମେଡିକାଲ ଇନଚାର୍ଜ ଡ଼ା .ରମେଶ କୁମାର ସାହୁ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
