କେନ୍ଦ୍ରାପଡ଼ା,୨୬/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ମାଇଁ ଭାରତ ପକ୍ଷରୁ ଏକ ଜିଲା ସ୍ତରୀୟ ୟୁଥ ପାର୍ଲିଆମେଂଟ୍ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାଇଁ ଭାରତର ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ପ୍ରାଧ୍ୟାପକ ଅଜୟ କୁମାର ଦାସ, ବିଶ୍ୱଜିତ ସାହୁ, ସେକ ହବିବ୍, ପ୍ରଦୀପ କୁମାର ରାଉତ ଓ ବରିଷ୍ଠ ଅଧ୍ୟାପକ ତଥା ପୂର୍ବତନ ଏନଏସଏସ ଡିପିଓ ଶିଶିରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ ।

ଏହି ଯୁବ ପାର୍ଲ୍ୟାମେଂଟ୍ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଏକଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଅଭିନୟ ଓ ବକ୍ତବ୍ୟକୁ ଆଧାର କରି ତିନିଜଣ ଯୁବ ପ୍ରତିଭା ଉମେଶ ଚନ୍ଦ୍ର ଆଚାର୍ଯ୍ୟ, ସତ୍ୟରମଣ ତ୍ରିପାଠୀ ଓ ଅଭିଷେକ ପଣ୍ଡା ପ୍ରମୁଖଙ୍କୁ କୃତି ପ୍ରତିଯୋଗୀ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ଓ ଶୁଭେନ୍ଦୁ ନାଥ ସାହୁ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଜାତୀୟ ସେବା ଯୋଜନାର ସ୍ୱେଛାସେବୀମାନେ ସହଯୋଗ କରିଥିଲେ ।
