ଶେଷ ଠିକଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମୂହ ପିଣ୍ଡଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ,୧୨/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ଓଡ଼ିଶା ଅଗ୍ରଣୀ ସାମାଜିକ ସଂଗଠନ ଶେଷ ଠିକଣା ପକ୍ଷରୁ ସମାଜସେଵୀ ଅଭିମନ୍ୟୁ ଦାସଙ୍କ ପୌରୋହିତ୍ୟରେ କଟକ ଖାନନଗର ସ୍ଥିତ ୟଙ୍ଗ ଉତ୍କଳ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ    ଅନୁଷ୍ଠାନ ପକ୍ଷରୁ ବର୍ଷବ୍ୟାପୀ ଯେଉଁ ଅଚିହ୍ନା ଅଜଣା,ପରିଚୟ ହୀନ ଶବର ଦା଼ହ ସଂସ୍କାର କରାଯାଇଥାଏ ସେହି ପବିତ୍ର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଏକ ସମୂହ ପିଣ୍ଡ ଦାନ କାର୍ଯ୍ୟକ୍ରମ ସହ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତିବିଶେଷଙ୍କ ସହ ବହୁ ସାମାଜିକ ସଂଗଠନର କର୍ମୀମାନେ ଯୋଗ ଦେଇ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ସମାଜସେବୀ ଲଳିତ ଦାସ, ସମାଜସେବୀ ଦେବୀପ୍ରସନ୍ନ ଜେନା ପ୍ରମୁଖ ପରିଚାଳନା କରିଥିଲେ। ସାମାଜିକ ସଂଗଠନ ଶେଷଠିକଣାର ଏତାଦୃଶ୍ୟ ସମାଜ ମଙ୍ଗଳ କାର୍ଯ୍ୟକ୍ରମକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *