କଟକ ସାଂସଦ ଭର୍ତୃହରି ମହତାବଙ୍କ ପ୍ରତିନିଧି ହେଲେ ଆଲୋକ ମହାନ୍ତି   

କଟକ ସଦର,୨୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ବରିଷ୍ଠ ବିଜେପି ନେତା ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଆଲୋକ ଚନ୍ଦ୍ର ମହାନ୍ତି ଙ୍କୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ତାଙ୍କର ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବା ଆଲୋକ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି।

ଶ୍ରୀ ମହାନ୍ତି କୃଷି ବିଭାଗ ଅଧିନସ୍ଥ ସମସ୍ତ ବିଭାଗ ମଧ୍ୟରେ ଉଦ୍ୟାନ କୃଷି, ମତ୍ସ୍ୟ, ପଶୁପାଳନ,ଯୋଗାଣ ଜଳସମ୍ପଦ, ସମବାୟ, ମୁର୍ତ୍ତିକା ସଂରକ୍ଷଣ, କୃଷିଜାତ ଦ୍ରବ୍ୟର ବଜାର ପ୍ରବେଶ,ଵିହନ ଓ ସାର ବିଭାଗ ସମ୍ଵନ୍ଧୀୟ କାର୍ଯ୍ୟକ୍ରମରେ ସାଂସଦ ଙ୍କ ପକ୍ଷରୁ ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକରେ ଯୋଗଦାନ କରିବେ ବୋଲି ସାଂସଦ କଟକ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଜଣାଇଛନ୍ତି।ଏହା ଜଣାପଡିବା ପରେ ଆଲୋକ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *