ଯାଜପୁର, ୨୬/୧୧/୨୦୨୬(ଓଡ଼ିଶା ସମାଚାର) –ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ‘ସମ୍ବିଧାନ ଦିବସ ୨୦୨୬’ ପାଳିତ ହୋଇଯାଇଛି। ଡେପୁଟି କଲେକ୍ଟର (ସଂସ୍ଥା) ଅଙ୍କିତା ବାରିକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରି ଶପଥ ଗ୍ରହଣ କରିଥିଲେ। ଦେଶର ଏକତା, ଅଖଣ୍ଡତା, ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ଉତ୍ସବରେ ଜିଲ୍ଲାପାଳଙ୍କ ଓ.ଏସ୍.ଡି କୁଳମଣି ନାୟକ, ଡେପୁଟି କଲେକ୍ଟର (ରାଜସ୍ୱ) ମନିଷା ଜେନା, ଡେପୁଟି କଲେକ୍ଟର (ନିର୍ବାଚନ) ଅଶୋକ କୁମାର ଦେହୁରୀ, ସହକାରୀ ଜିଲ୍ଲାପାଳ (ଜରୁରୀକାଳୀନ ଅଧିକାରୀ) ଅଶୋକ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ୍ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ
