ଯାଜପୁର,୧୧/୦୭/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ ଯାଜପୁର ଜିଲ୍ଲା ଶିକ୍ଷା ଧିକାରୀ ନିତ୍ୟାନନ୍ଦ ବାରିକ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କୁ ଜିଲ୍ଲା ଶିକ୍ଷା କାର୍ୟ୍ୟାଳୟ ତରଫରୁ ଏବଂ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ଶିକ୍ଷଧିକାରୀ ଦୀର୍ଘ ଛଅ ମାସ ମଧ୍ୟରେ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ତଥା ଶିକ୍ଷା ବିଭାଗ ସହିତ ଜଡିତ ସମସ୍ତ ଅଧିକାରୀ, ଏବଂ କର୍ମଚାରୀ ମାନଙ୍କର ଅତି ପ୍ରିୟ ପାତ୍ର ହୋଇ ପାରି ଥିଲେ ।
ଯାଜପୁର ଜିଲ୍ଲାର ଶିକ୍ଷା ବିଭାଗର ବିଭିନ୍ନ କାର୍ୟ୍ୟକୁ ସୁଚାରୁ ରୁପେ ଏବଂ କମ ସମୟରେ ଶେଷ କରି ପାରୁ ଥିଲେ। ତାଙ୍କର କାର୍ୟ କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ପ୍ରତ୍ୟେକ କାର୍ୟ୍ୟକୁ ସୁଚାରୁ ରୁପେ ପରିଚାଳନା କରୁଥିଲେ। ସେ ଏକାଧାରରେ ଜଣେ ଦକ୍ଷ ଶିକ୍ଷା ପ୍ରଶାସକ, ହୃଦୟବାନ ମଣିଷ, ସୁବକ୍ତା,ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପାରିଥିବା ଏକ ସରଳ ମଣିଷ ଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ମଧ୍ୟ ଖୁବ୍ କମ୍ ଦିନରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରି ଥିଲେ। ସେ ମଧ୍ୟ ଜିଲ୍ଲାରେ ଶିକ୍ଷାର ବିଭିନ୍ନ କାର୍ୟ୍ୟକୁ ସୁଚାରୁ ରୁପେ ପରିଚାଳନା କରି ଥିଲେ ।
ସେମାନଙ୍କର ବଦଳିରେ ଜିଲ୍ଲାର ସମସ୍ତ ଶିକ୍ଷା ବିଭାଗରେ କାର୍ୟ୍ୟ କରୁଥିବା ଅଧିକାରୀ, କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶୁଭେଚ୍ଛୁ ମାନେ ମର୍ମାହତ,ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା କାର୍ୟ୍ୟାଳୟର ଅନ୍ୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁରମା ମହାପାତ୍ର, ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଓ ଅନ୍ୟ ସମସ୍ତ କର୍ମଚାରୀ ବୃନ୍ଦ ଉତ୍ତରୀୟ,ଉପ ଢ଼ୌକନ୍,ଫଟୋ ଚିତ୍ର ଓ ବୃକ୍ଷ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
